ଅସ୍ତରଙ୍ଗ ସମୁଦ୍ରରେ ଦେଖା ଦେଲା ବିଚିତ୍ର ବିରଳ ଦୃଶ୍ୟ
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ):ଅଦିନିଆ କାଳ ବୈଶାଖୀ ସମୟରେ ସମୁଦ୍ରରେ ଏକ ବିଚିତ୍ର ବିରଳ ଦୃଶ୍ୟ ଦେଖୁବକୁ ମିଳିଛି । ସୂଚନା ଥାଉକି ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରରେ କଳାହାଣ୍ଡିଆ ମେଘସହ ଘୃନିଝଡ଼ ସୃଷ୍ଟି ହୋଇଥିଲା । ଆକାଶରୁ ସମୁଦ୍ର ପ୍ରାଯନ୍ତ ଏକ ହାତୀ ଶୁଣ୍ଢ ପରି ଲମ୍ବି ଥିଲା ଘୃନିଝଡ଼ । ଅସ୍ତରଙ୍ଗ ଜାହାନିଆଁ ସମୁଦ୍ର କୂଳରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନଙ୍କୁ ଚକିତ କରିଥିଲ । କିଛି ପର୍ଯ୍ୟଟକ ତାଙ୍କ ମୋବାଇଲରେ ଏହି ବିରଳ ଦୃଶ୍ୟ କୁ ଉତ୍ତୋଳନ କରିଥିଲେ ।ଯାହା ଜଣା ପଡୁଛି ଘୁର୍ଣ୍ଣିବାତ୍ୟା ପ୍ରଭାବରେ ଏଭଳି ହୋଇଥିବ ବୋଲି ।ତେବେ ଏହି ଘୁର୍ଣ୍ଣିଝଡ଼ କିଛି ସମୟ ପରେ ସମୁଦ୍ରରେ ଲୀନ ହୋଇଯାଇଥିଲା ।


