ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରୀକା ଷଡଙ୍ଗୀ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ସରପଞ୍ଚ ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ, ତହସିଲଦାର ତପନ କୁମାର ମହାପାତ୍ର, ଏବିଡିଓ ଅରୁଣ କୁମାର ପ୍ରଧାନ, ସିଡ଼ିପିଓ ବିଜୟଲକ୍ଷ୍ମୀ ପାଢି ଅତିଥି ଭାବେ ଯୋଗ ଦେଇଥିଲେ। ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ ଓ ସରକାରୀ ସୁବିଧାରୁ ଉପେକ୍ଷିତ ହୋଇଥିବା ହିତାଧିକାରୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ରାସନ୍ କାର୍ଡ, ଗ୍ରାମୀଣ ଆବାସ, ସ୍ବାସ୍ଥ୍ୟ, ବାର୍ଦ୍ଧକ୍ୟ ଭତ୍ତା, ରାଜସ୍ବ, ମନରେଗା ,ବିଦ୍ୟୁତ ଓ ସୁଭଦ୍ରା ଆଦି ଭିନ୍ନ ଭିନ୍ନ ଯୋଜନା ପାଇଁ ସମୁଦାୟ ୨୭ ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ଗ୍ରାମୀଣ ଆବାସ ୧୨, ରାସନ୍ କାର୍ଡ ୮ଟି, ଭତ୍ତା ୨ଟି, ଉନ୍ନୟନ ବିଭାଗର ୩ଟି , ସୁଭଦ୍ରା ଓ ରାଜସ୍ବ ବିଭାଗର ଗୋଟିଏ ଲେଖାଏଁ ଅଭିଯୋଗ ଦାଖଲ ହୋଇଥିଲା। ଗୋଷ୍ଠୀଗତ ୩ଟି ଓ ବ୍ୟକ୍ତିଗତ ୨୪ ଟି ଅଭିଯୋଗ ଦାଖଲ ହୋଇଥିଲା। ଶିବିରରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ, ସନ୍ତୋଷ କୁମାର ଦାଶ, ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଭଜରାମ ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସହକାରୀ ଯନ୍ତ୍ରୀ ଗିରିଶ ନାୟକ, ଡବ୍ଳ୍ୟୁଇଓ ଅନିଲ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଡି. ଅଶୋକ, ସିପି ଦଣ୍ଡପାଣି ଦାଶ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜି. ରବି କୁମାର, ଏପିଇଓ ଅନିଲ କୁମାର ପାଣି, ମତ୍ସ୍ୟ ଅଧିକାରୀ ରଶ୍ମିତା ସାହାଣୀ, ଉଦ୍ୟାନ ଅଧିକାରୀ ମିଥୁନ ସେଠି, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସ୍ବାସ୍ଥ୍ୟ, ବିଦ୍ୟୁତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ ଓ ରାଜସ୍ବ ବିଭାଗର ଅଧିକାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀ ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଶିଷ କୁମାର ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। , ବିଏଫଟି ବିକ୍ରମ ମହାପାତ୍ର ଓ ଏସଡିପିଓ ଅକ୍ଷୟ କୁମାର ବିଷୋୟୀ ସହଯୋଗ କରିଥିଲେ।


