ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭା

ଆସିକା (ୱାଇଏନ୍‍ଏସ୍‍): ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଆସିଥିବା ଆସିକା ସମବାୟ ଚିନିଶିଳ୍ପ ଆଖୁଚାଷର ବହୁଳପ୍ରସାର ସାଙ୍ଗକୁ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ ପାଇଁ ପ୍ରତିଶୃତିବଦ୍ଧ ବୋଲି ବୁଧବାର ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭା ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିନିଶିଳ୍ପ କୃଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ସଂପାଦକ ସନ୍ତୋଷ କୁମାର ମଲିକ, ବିତ୍ତ ପରିଚାଳକ ଚିତ୍ତଚିନ୍ମୟ ରଂଜନ ନାୟକ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ଉପସଭାନେତ୍ରୀ ସ୍ନେହଲତା ଚାନ୍ଦ୍‍, ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ, ଗୀତା ପାତ୍ର, ଉଦୟନାଥ ପ୍ରଧାନ, ଶତୃଘ୍ନ ଭୂୟାଁ, ବସନ୍ତ କୁମାର ଦଳେଇ, ଏସ୍‍.ଅରାଲୁ ରେଡି, ସନ୍ତୋଷ କୁମାର ପ୍ରଧାନ, ରତ୍ନାକର ସାହୁ, ଶ୍ରୀମତୀ ସରୋଜିନୀ ଲେଙ୍କା, ଧର୍ମୁ ପ୍ରଧାନ, ସରିତ କୁମାର ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ସମେତ ବହୁ ସମବାୟବିତ୍‍ ଓ ବିଭାଗୀୟ ପଦାଧିକାରୀ ମଞ୍ଚାସୀନ ଥିଲେ । ଆସିକା ସମବାୟ ଚିନିଶିଳ୍ପର ଏହି ବାର୍ଷିକ ସାଧାରଣ ଅଧିବେଶନରେ ଚିନିଶିଳ୍ପ ସଭାପତି ରବିନ୍ଦ୍ର ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଉଦ୍‌ବୋଧନ ଦେଇ ଆଖୁଚାଷୀ ମାନଙ୍କ କଲ୍ୟାଣ ପାଇଁ ଏହି ସର୍ବପୁରାତନ ସମବାୟ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବହୁବିଧ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ଆଗାମୀ ବର୍ଷ ପାଇଁ ଆଖୁପେଡା କାର୍ଯ୍ୟକ୍ରମ, ଆଖୁଚାଷର ପ୍ରସାର ପାଇଁ ସମବାୟ ଚିନିଶିଳ୍ପର ପଦକ୍ଷେପ, ଆଖୁଚାଷ ପାଇଁ ଚାଷୀଙ୍କୁ ଉନ୍ନତ କିସମର ବିହନ ଯୋଗାଣ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ,ଚିନି ଉତ୍ପାଦନ କାର୍ଯ୍ୟକ୍ରମ, ଚିନିକଳ ଆଧୁନିକରଣ କାର୍ଯ୍ୟକ୍ରମ, ସୁରାଶିଳ୍ପ (ଡିଷ୍ଟିଲେରୀ) ୟୁନିଟ୍ କାର୍ଯ୍ୟକ୍ଷମ ଯୋଜନା, ଉନ୍ନତମାନର ଆଖୁଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ଉପରେ ବକ୍ତବ୍ୟ ରଖି ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଆସିଥିବା ଆସିକା ସମବାୟ ଚିନିଶିଳ୍ପର ପ୍ରଗତିର ରଥକୁ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବାର୍ଷିକ ସାଧାରଣ ସଭାରେ ପୂର୍ବ ସାଧାରଣ ସଭାର ବିବରଣୀ ପଠନ ଓ ଦୃଢୀକରଣ, ୨୦୨୫-୨୬ ବର୍ଷର ବ୍ୟବସାୟିକ ଯୋଜନା, ୨୦୨୪-୨୫ ବର୍ଷର ଆୟ ଓ ବ୍ୟୟର ବିବରଣୀ ପଠନ ଓ ଅନୁମୋଦନ, ୨୦୨୫-୨୬ବର୍ଷର ଆୟ ଓ ବ୍ୟୟ ଅଟକଳର ଅନୁମୋଦନ, ଚିନିଶିଳ୍ପର ହିସାବତନଖି/ସମୀକ୍ଷା (ଅଡିଟ୍‍) ସମେତ ବିଭିନ୍ନ ଆଲୋଚନା କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ଆଖୁଚାଷର ବହୁଳ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଅଗ୍ରଣୀ ଆଖୁଚାଷୀ ଗୁଣ୍ଡିଚା ଜେନା, ବୁଲା ସ୍ୱାଇଁ, ବଳରାମ ସ୍ୱାଇଁ, କିଶୋର ଚନ୍ଦ୍ର ମେହେଣାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ଏହି ବାର୍ଷିକ ସାଧାରଣ ସଭାକୁ ସୁପରିଚାଳନା କରିବା ଦିଗରେ ଚିନିକଳ କର୍ମଚାରୀ ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ବଳରାମ ସୁବୁଦ୍ଧି, ଅନିଲ୍‍ କୁମାର ଦାଶ, ଇଂ ଅରୁଣ କୁମାର ପାତ୍ର, ପ୍ରଶାନ୍ତ କୁମାର କର, ବାଇଧର ନାହାକ, ଦିଲୀପ କୁମାର ଗୌଡ, ବିଶ୍ୱନାଥ ପାଣିଗ୍ରାହୀ, ସୁଶାନ୍ତ କୁମାର ପାତ୍ର, ଜଗନ୍ନାଥ ପଟ୍ଟନାୟକ, ବିଷ୍ଣୁପ୍ରସାଦ ଜେନା, ଉଲ୍ଲାସ କୁମାର ରେଡି, ରାଜେଶ୍‍ କୁମାର ନାହାକ, ସନ୍ତୋଷ କୁମାର ପଟ୍ଟନାୟକ, ସତ୍ୟବାନ୍‍ ଲେଙ୍କା, ବିକାଶ ପଟ୍ଟନାୟକ, ସୁମନ୍ତ କୁମାର ପଟ୍ଟନାୟକ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସ୍ୱାଇଁ, କୈଳାଶ ଚନ୍ଦ୍ର ପଟ୍ଟନାୟକ, କୈଳାଶ ଚନ୍ଦ୍ର ଗୌଡ, ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ