ପେଟ୍ରୋଲ, ଡିଜେଲ ଅଭାବକୁ ନେଇ ଲୋକଙ୍କ ଭିତରେ ଛନକା
ହାଟଡିହି (ଓ୍ବାଇଏନଏସ): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ଏବେ ପେଟ୍ରୋଲ, ଡିଜେଲ ବ୍ୟବହାର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଏପଟେ ପେଟ୍ରୋଲ ଅଭାବ ଖବର ଶୁଣି ହାଟଡିହି ବ୍ଲକର ଅନେକ ପେଟ୍ରୋଲ ପମ୍ପରେ ଭିଡ଼ ଜମିଛି। ଅନେକ ସ୍ଥାନରେ ପେଟ୍ରୋଲ ପାଇଁ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ଅଧିକାଂଶ ପେଟ୍ରୋଲ ପମ୍ପ ତେଲ ଅଭାବରୁ ଦିନେ ଦୁଇଦିନ ବନ୍ଦ ହୋଇଯାଇଥିବାରୁ ପମ୍ପ ମାଲିଜ ମାନେ ତେଲ ବିକ୍ରୀ ଉପରେ କଟକଣା ଲଗାଇଛନ୍ତି । କେଉଁ ପମ୍ପରେ ଲୋକଙ୍କୁ ବାଇକରେ ପକାଇବା ପାଇଁ ୫୦ ଟଙ୍କାର ତ ଆଉ କେଉଁଠି ଶହେ ଟଙ୍କାର ତେଲ ଦିଆ ଯାଉଛି। ଯାହାକୁ ନେଇ ଲୋକଙ୍କ ଭିତରେ ଛାନକା ପଶିଛି। ଛେନାପଦି ଦଳେଇ ପେଟ୍ରୋଲ ପମ୍ପରେ ବାଇକରେ ୫୦ଟଙ୍କାର ଓ କାରରେ ୫୦୦ ଟଙ୍କାର ପେଟ୍ରୋଲ ଦେଉଛନ୍ତି। ସେହିପରି ବସ, ଟ୍ରକରେ ୫୦ଲିଟର ପର୍ଯ୍ୟନ୍ତ ଡିଜେଲ ଦେଉଛନ୍ତି. ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଛି। ସେହିପରି ହାଟଡିହି ପେଟ୍ରୋଲ ପମ୍ପ ରେ ବାଇକରେ ଦୁଇ ଶହ ଓ କାରରେ ଅତିବେଶି ରେ ହଜାର ଟଙ୍କାର ପେଟ୍ରୋଲ ଦିଆ ଯାଉଛି। ଯାହାକି ଗ୍ରାହକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉନି। ଆଗକୁ ସାବିତ୍ରୀ ବ୍ରତ ଥିବାରୁ ଲୋକମାନେ ଦୂର ଦୁରାନ୍ତ ବନ୍ଧୁ ଘର ମାନଙ୍କୁ ଯିବାକୁ ପଡୁଥିବାରୁ ଉପଯୁକ୍ତ ପରିମାଣର ପେଟ୍ରୋଲ କି ଡିଜେଲ ପାଇ ପାରୁନଥିବାରୁ ଏପରି ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ପମ୍ପ ପରିଚାଳକ ବସନ୍ତ କୁମାର ରଥ ଙ୍କୁ ପଚାରିବାରେ ଏବେ ଅନେକ ଲୋକ କାଳେ ପେଟ୍ରୋଲ ଅଭାବ ଦେଖାଦେବ ସେହି ଭୟରେ ଆବଶ୍ୟକତା ଠାରୁ ଅଧିକ ତେଲ ନେଉଥିବାରୁ ଆମର ଟାଙ୍କିରେ ଅଭାବ ଦେଖା ଦେଉଛି। ମେ ମାସ ଅଧା ହୋଇନି ଆମର ୬୦% ତେଲ ସରିଲାଣି। ତେଣୁ ମାସଟା ଯାକ ଟାଙ୍କି ଚଳାଇବାକୁ ଆମେ ବାଧ୍ୟହୋଇ କମ ପରିମାଣର ତେଲ ଦେଉଛୁ। ସେହିପରି ଅନ୍ୟତମ ଟାଙ୍କି ମାଲିକ ନିକୁଞ୍ଜ ଓଝା କହିଛନ୍ତି ଯେ ଆମର ଜାନୁୟାରୀ ମାସ ଯେତିକି ଟାର୍ଗେଟ ଆସିଥିଲା ଏଥର ମଧ୍ୟ ସେତିକି ଆସିଛି। କିନ୍ତୁ ଅନ୍ୟ ମାସ ଠାରୁ ଏବେ ଅଧିକ ବିକ୍ରୀ ବଢ଼ି ଯାଇଛି ସେଥିପାଇଁ ବିକ୍ରୀର ସୁ ପରିଚାଳନା ପାଇଁ ଆମେ ବ୍ୟବସ୍ଥା କରିଛୁ ବୋଲି ସେ କହିଛନ୍ତି।


