ଛତ୍ରପୁରରେ ପେଟ୍ରୋଲ ସଙ୍କଟ
ଛତ୍ରପୁର (ଓ୍ବାଇଏନଏସ): ଗତ ଫେବୃଆରୀ ୨୮ରୁ ଇରାନ୍ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ ବିଭିନ୍ନ ଦେଶକୁ ତୈଳ, ଗ୍ୟାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବା ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’କୁ ଇରାନ୍ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସପ୍ତାହ ହେଲା ଯୁଦ୍ଧ ବିରତି ରହିଥିଲେ ମଧ୍ୟ ହର୍ମୁଜ୍ରେ ସାମଗ୍ରୀ ପରିବହନ ସ୍ୱାଭାବିକ ହୋଇପାରୁନାହିଁ। ଏହାର ପ୍ରଭାବରେ ଭାରତ ସମେତ ଅନ୍ୟ କେତେକ ଦେଶ ତୈଳ ଓ ରନ୍ଧନ ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ଏଥିରୁ ବାଦ୍ ପଡ଼ିନାହିଁ। ପ୍ରଥମେ ଗ୍ୟାସ୍ ସମସ୍ୟା ନେଇ ସାରା ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ର ଅଭାବ ଦେଖାଦେଲାଣି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମ୍ୱା ଧାଡ଼ି ଲାଗୁଛି। ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ରେ ଦେଖାଦେଇଛି ପେଟ୍ରୋଲ ସଙ୍କଟ l ବାଇକ ପିଛା ୨୦୦ ଟଙ୍କା ଓ କାର ପିଛା ୫୦୦ ଟଙ୍କାରୁ ଅଧିକ ମିଳୁନି ପେଟ୍ରୋଲ l ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ଜନତା l ଛତ୍ରପୁର ସହର ମଧ୍ୟରେ ଥିବା ଓପିଡିସି ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ନଥିବାରୁ ଏଭଳି ହୋଇଥିବା ଦେଖିବାକୁ ମିଳିଛି l ସହରରେ ଥିବା ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ର ଅଭାବ ଜନ ସାଧାରଣ ଙ୍କୁ ଚିନ୍ତାରେ ପକାଇଛି l ପେଟ୍ରୋଲ ପାଇଁ ଆସି ହଇରାଣ ହେଉଥିବା ଜନସାଧାରଣ l


