ଜୁନ 2 ଠାରୁ 4 ଗଞ୍ଜାମ ଜ଼ିଲ୍ଲା ନାଟକ ମହୋତ୍ସବ

ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଆସନ୍ତା ଜୁନ ମାସ 2 ଠାରୁ 4 ତିନିଦିନ ବ୍ୟାପୀ ଗଞ୍ଜାମ ଜ଼ିଲ୍ଲା କଳାକାର ସଂଘ ତରଫରୁ ସ୍ଥାନୀୟ ଗଞ୍ଜାମ କଳାପରିଷଦରେ ” ଗଞ୍ଜାମ ଜ଼ିଲ୍ଲା ନାଟକ ମହୋତ୍ସବ ” ଆୟୋଜିତ କରାଯିବ l ୧ମ ସନ୍ଧ୍ୟାରେ ହାସ୍ୟ ଅଭିନେତା ପ୍ରଜ୍ଞI ରଞ୍ଜନ ଖଟୁଆଙ୍କ ରଚିତ ଏବଂ ମଧୁ-ପ୍ରୀତି ଯୋଡିଙ୍କ ନିର୍ଦ୍ଦେଶିତ ହାସ୍ୟ ନାଟକ ‘ସୋମରସ’, ୨ୟ ସନ୍ଧ୍ୟାରେ ଭଞ୍ଜନଗରର ଗୁରୁନାଥ ସାଂସ୍କୃତିକ ପରିଷଦ ତରଫରୁ ଅଧ୍ୟାପକ ଗୋପାଳ ମହାରଣାଙ୍କ ରଚିତ ଏବଂ ବିଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ ସେମାନେ ଆସିବେ ‘ ଏବଂ ୩ୟ ସନ୍ଧ୍ୟାରେ ବ୍ରହ୍ମପୁରର ପଲ୍ଲବୀ ନାଟ୍ୟ ସଂସ୍ଥା ତରଫରୁ କୃଷ୍ଣ ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ବଦଳି ଯାଉଥିବା ସମୟ’ ମଞ୍ଚସ୍ଥ ହେବ l ଏଥି ସହିତ ପ୍ରତ୍ୟେକ ଦିନ ନାଟକ ପୂର୍ବରୁ ରଙ୍ଗIରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ l ଏହି ପରିପ୍ରେକ୍ଷୀରେ ସଂଘ ତରଫରୁ ଏକ ପ୍ରସ୍ତୁତି ବୈଠକ ସଭାପତି ଶଙ୍କର୍ଷଣ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଉପଦେଷ୍ଟା ବିଘ୍ନେଶ୍ୱର ସାହୁ, ରବୀନ୍ଦ୍ର କୁମାର ନାୟକ, ଓଡିଶା ନାଟ୍ୟସଙ୍ଘର ଉପସଭାପତି ଭବାନୀ ଶଙ୍କର ମିଶ୍ର, ମଦନ ମିଶ୍ର, ନାଟ୍ୟକାର ତ୍ରିପତି ନାୟକ, ମନୋଜ ଦଣ୍ଡପାଟ, ଗୀତିକାର ତାପସ ପାଣିଗ୍ରାହୀ, ଗିରିଜା ଶଙ୍କର ଦାଶ, କୈଳାଶ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ନାଟକ ଗୁଡିକୁ ମାଗଣାରେ ପ୍ରଦର୍ଶନ କରାଯିବ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କୁ ପୁରସ୍କୃତ କରାଯିବ ବୋଲି ସମ୍ପାଦକ ଡ ତ୍ରିପାଠୀ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ