ବାଟବଣା ହୋଇପଡ଼ିଛି ବିଦ୍ୟାଳୟରେ ଶିକ୍ଷକଙ୍କ ରୋଷ୍ଟର ଡ୍ୟୁଟି କାର୍ଯ୍ୟ

ଆସିକା  (ୱାଇଏନ୍‍ଏସ୍‍) :ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ଗତ ଏପ୍ରିଲ ମାସ ୨୭ ତାରିଖରୁ ସ୍କୁଲଗୁଡିକୁ ଆଗୁଆ ଖରା ଛୁଟି ଘୋଷଣା କରାଯାଇସାରିଛି । ସରକାରୀ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଭାବେ ପାଳି କରି ନିଜ ନିଜ ବିଦ୍ୟାଳୟକୁ ଆସି ସମୟ ନିର୍ଘଣ୍ଟ ଅନୁଯାୟୀ ଉପସ୍ଥିତ ରହି ରୋଷ୍ଟର ଡ୍ୟୁଟି କରିବା ପାଇଁ ନିୟମ ଥିଲେ ମଧ୍ୟ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଧିକାଂଶ ସରକାରୀ ସ୍କୁଲରେ ଘଣ୍ଟା ଘଣ୍ଟା ଧରି ତାଲା ଝୁଲୁଥିବା ଘଟଣାକୁ ନେଇ ସଚେତନ ନାଗରିକ, ବୁଦ୍ଧିଜିବୀ ଓ ବହୁ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକିି୍ରିୟା ପ୍ରକାଶ ପାଉଥିବା ପାଉଥିବା ବେଳେ ମନଟରିଂ ଦାୟିତ୍ୱରେ ଥିବା କେତେକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ୧୩ଟି କ୍ଳଷ୍ଟରର ପ୍ରାୟ ୧୩୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବହୁ ଶିକ୍ଷକ ଚଳିତ ଖରାଛୁଟିରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରି ନିିୟମିତ ଭାବେ ସମୟ ନିର୍ଘଣ୍ଟ ଅନୁଯାୟୀ ନିଜ ନିଜ ବିଦ୍ୟାଳୟରେ ରୋଷ୍ଟର ଡ୍ୟୁଟିରେ ଉପସ୍ଥିତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରୁଥିଲା ବେଳେ ବହୁ ଅମାନିଆ ଶିକ୍ଷକ ସରକାରୀ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ନିଜର ସରକାରୀ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ରୋଷ୍ଟର ଡ୍ୟୁଟିରେ ଯୋଗ ନଦେଇ କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦରେ ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟରେ ଅନୁପସ୍ଥିତ ରହିବାକୁ ସାହାସ କରୁଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବା ପାଇଁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ଖରାଛୁଟି ସମୟରେ ରୋଷ୍ଟର ଡ୍ୟୁଟିରେ ଯୋଗ ନଦେଇ କର୍ତ୍ତବ୍ୟରେ ଅବହେଳା କରି ନିଜ ନିଜ ବିଦ୍ୟାଳୟରେ ଘଣ୍ଟା ଘଣ୍ଟା ଅନୁପସ୍ଥିତ ରହୁଥିବା ଓ ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟକୁ ଆସୁନଥିବା ଶିକ୍ଷକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଖରାଛୁଟି ସମୟରେ ଅଧିକାଂଶ ଶିକ୍ଷକ କେତେବେଳେ ବିଦ୍ୟାଳୟକୁ ଆସୁଛନ୍ତି ଓ କେତେବେଳେ ବିଦ୍ୟାଳୟରୁ ଯାଉଛନ୍ତି ଏବଂ ବିଦ୍ୟାଳୟ ଗୁଡିକ ସମୟ ନିର୍ଘଣ୍ଟ ଅନୁଯାୟୀ ଖୋଲୁଛି କି ନାହିଁ ତାହାର ଏକ ନିରପେକ୍ଷ ଯାଞ୍ଚ କରିବା ସାଂପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି ବୋଲି ମତ ପ୍ରକାଶ ପାଉଛି । ଖରାଛୁଟି ସମୟରେ ଆସିକାର ଅଧିକାଂଶ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୟ ନିର୍ଘଣ୍ଟ ଅନୁଯାୟୀ ଖୋଲୁନଥିବା ଏବଂ ସମୟ ଅତିକ୍ରାନ୍ତ ପୂର୍ବରୁ ତାଲା ଝୁଲୁଥିବା ଏବଂ ବହୁ ଶିକ୍ଷକ ରୋଷ୍ଟର ଡ୍ୟୁଟି କରୁନଥିବା ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଯେଉଁ ଶିକ୍ଷକମାନେ ନିୟମିତ ନିଜ ନିଜ ସ୍କୁଲକୁ ଯାଇ ରୋଷ୍ଟର ଡ୍ୟୁଟି ଠିକ୍‍ ସମୟରେ କରୁନାହାନ୍ତି ଏବଂ ଯେଉଁ ବିଦ୍ୟାଳୟ ଗୁଡିକ ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟକ୍ଷମ ହେଉନି ତାହାର ଏକ ସଠିକ୍‍ ଗୋପନୀୟ ତଥ୍ୟ ସଂଗ୍ରହ କରାଯାଇ ଯଦି କିଛି ଅନିୟମିତତା ଧରାପଡେ ତେବେ ନିଶ୍ଚିତ ଭାବେ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜିଲ୍ଲା ବାହାରର ବହୁ ଶିକ୍ଷକ ରୋଷ୍ଟର ଡ୍ୟୁଟି ନକରି ନିଜ ନିଜ ଘରକୁ ଚାଲିଯାଇଥିବା ମଧ୍ୟ ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ବିଭାଗ ଓ ଆସିକା ଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ଖରାଛୁଟି ସମୟରେ ବିଦ୍ୟାଳୟ ଗୁଡିକ ଯେପରି ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟକ୍ଷମ ହେବ ଓ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ପାଳି କରି ଉପସ୍ଥିତ ରହି ରୋଷ୍ଟର ଡ୍ୟୁଟି କରିବେ ସେ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ