ବାମରା ଡ୍ର।ଇଭର ମହସଂଘ ପ୍ରତିଷ୍ଠା ଦିବସ
ବାମରା,(ମନୋଜ କୁମାର ରାଜ): ବାମରା ଡ୍ରାଇଭର ମହାସଂଘ ର ଷଷ୍ଠ ତମ ପ୍ରତିଷ୍ଠା ଦିବସ ଅମର ଦୀକ୍ଷିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇ ଅଛି । ଆଜିର ଦିନରେ ଓଡ଼ିଶା ଡ୍ରଇଭର ମହା ସଂଘ୍ ଅନୁବନ୍ଧିତ ରେ ବାମରା ଡ୍ରାଇଭର ମହାସଂଘ୍ ଗତିତ ହୋଇ ସୁରୁଖୁରୁରେ ୬ ବର୍ଷ ବିତି ଯାଇଛି । ବାମରା ଡ୍ରାଇଭର ମହାସଂଘ୍ ବାମରା ବ୍ଲକରେ କୌଣସି ପୂଜା ପାଠ,ଭଜନ କୀର୍ତ୍ତନ, ମକର ଯାତ୍ରା, ରଥ ଯାତ୍ରା, ପରି ବଡ଼ ବଡ଼ କାର୍ଯ୍ୟକ୍ରମରେ ସହଯୋଗ ର ହାତ ବଡ଼ାଇ ଥାଆନ୍ତି ।ସେହି ପରି ଘଟଣା ଦୁର୍ଘଟଣା ରେ ଶିକାର ହୋଇ ଥିବା ପୀଡ଼ିତାଙ୍କୁ ମେଡିକାଲ ଠାରୁ ଆରମ୍ଭ କରି ଆର୍ଥିକ ପର୍ଯ୍ୟନ୍ତ ସହଯୋଗ କରି ଥାଆନ୍ତି । ଆଜି ତାଙ୍କର ପ୍ରତିଷ୍ଠା ଦିବସ ରେ ତାଙ୍କର କିଛି ଡ୍ରାଇଭର ଭାଇ ମାନେ ତାଙ୍କୁ ସବୁ ଦିନ ପାଇଁ ଛାଡ଼ି ଯାଇ ଥିବା ସାଥିଙ୍କୁ ମାନେ କରି ସ୍ମୁତି ଚ।ରଣ କରି ଥିଲେ । ପରେ ସମସ୍ତେ ଏକତ୍ର ହୋଇ କେକ କାଟି ଷଷ୍ଠ ତମ ପ୍ରତିଷ୍ଠା ଦିବସ ପାଳନ କରି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଥିଲେ ବସନ୍ତ ମିଞ୍ଜ, ପ୍ରଶାନ୍ତ ରଣା, ସରୋଜ, ଲୁବ୍ରୁ, ଅନିଲ, ଅମର, ଅଜୟ ପ୍ରମୁଖ । ଆଗମ ଦିନ ରେ ଏହି କାର୍ଯ୍ୟକ୍ରମ କୁ ଆହୁରି ସୁନ୍ଦର୍ ଓ ଭଲ ଭାବେ କରା ଯିବ ଓ ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ଜଣାଇ ଥିଲେ ।


