ଅବସରପ୍ରାପ୍ତ କୃଷି ଓଭରସିୟରଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ତାଳବାଙ୍କ ଗ୍ରାମର ଅବସରପ୍ରାପ୍ତ କୃଷି ଓଭରସିୟର ରବିନ୍ଦ୍ରନାଥ ବାରିକ(୭୨)ଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ଗତ କିଛି ହେବ ସେ ଅସୁସ୍ଥ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମର ଶରୀରକୁ ନିଜ ଗ୍ରାମ ତାଳବାଙ୍କକୁ ଅଣାଯାଇ ଗ୍ରାମ ପରିକ୍ରମା ପରେ ଅନ୍ତିମ ସତ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ରାକେଶ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ଦୁଇ ଭାଇ, ଭାଇ ବୋହୁ, ୪ ପୁଅ, ବୋହୁ, ପୁତୁରା, ଝିଆରୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଦୀର୍ଘ ୩୫ ବର୍ଷ ଧରି କୃଷି ବିଭାଗର ଗ୍ରାମ ସେବକ ଓ ପରେ ଓଭରସିୟର ଭାବେ କାର୍ଯ୍ୟ କରି ଗତ ୨୦୧୩ ମସିହାରେ ଚାକିରୀରୁ ଅବସର ନେଇଥିଲେ । ସେ ଜଣେ ମେଳାପୀ ଓ କର୍ତ୍ତବ୍ୟପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


