ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଆଜକୁ କିଛି ଦିନ ହେଲା ବେଲଗୁଣ୍ଠା ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ବେଲଗୁଣ୍ଠା ସହର ଓ ବ୍ଲକ ଅଞ୍ଚଳରେ ୩ ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି, ବହୁ ସମୟରେ ବେଲଗୁଣ୍ଠା ଟାଙ୍କିବନ୍ଦ ରହୁଛି, ତେଲଥିଲେ ବାଇକ ପାଇଁ ୨୦୦ ଓ କାର ପାଇଁ 1000 ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣନିଶ୍ୱାସୀ ହୋଇପଡୁଛନ୍ତି। ସେହିପରି ଗାଙ୍ଗପୁର ପେଟ୍ରୋଲ ପମ୍ପ ଦୁଇଦିନ ହେଲା ବନ୍ଦ ଅଛି, ଗୋବରା ରେ ପମ୍ପ ରେ ପ୍ରବଳ ଭିଡ଼ ଲାଗିରହୁଛି, ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ ନାହିଁ ନଥିବାର ଅବସ୍ଥାର ସମ୍ମୁଖୀନ୍ନ ହେବେ।


