ମହେନ୍ଦ୍ର ମେଳାକୁ ନେଇ ଘନେଇଲା ବିବାଦ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଠାରେ ‘ମହେନ୍ଦ୍ର ମେଳା’ ଆୟୋଜନକୁ ନେଇ ବିବାଦ ଘନେଇବାରେ ଲାଗିଛି। ମହେନ୍ଦ୍ରମେଳା ଆୟୋଜନ ବିରୁଦ୍ଧରେ ବାରଘରିଆ ଗ୍ରାମର ଆଦିବାସୀ ଓ ବିଶ୍ଵାବସୁ ଶବ୍ଦର ସଂସ୍କୃତି ମଞ୍ଚ ଜିଲ୍ଲା ପ୍ରଶାସନକୁ ଭେଟି ଏହି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି କରି ସ୍ମାରକପତ୍ର ପ୍ରଦାନ କରିବା ସହ ମହେନ୍ଦ୍ରଗିରି ଶିଖରରେ ମହେନ୍ଦ୍ରମେଳା ଆୟୋଜନ ନ କରିବା ପାଇଁ ଧାରଣ ଦେଇ ପ୍ରତିବାଦ ଜଣାଇଛନ୍ତି. ଅପରପକ୍ଷରେ ଶବର ସମାଜ କଲ୍ୟାଣ ସମିତି ଏବଂ ମହେନ୍ଦ୍ର ଉନ୍ନୟନ ସେବା ସମିତି ପକ୍ଷରୁ ବିଶାଳ ସମାବେଶ କରି ମହେନ୍ଦ୍ରମେଳା ବିରୋଧକାରୀଙ୍କୁ ନିନ୍ଦା କରି ମହେନ୍ଦ୍ରମେଳା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଭଳି ବିବାଦର ସମାଧାନ ପାଇଁ ଗଜପତି ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହେବା ପରେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନଥିବା ସୂଚନା ମିଳିଛି. ପୁଣି ଠାରେ ଉଭୟ ପକ୍ଷକୁ ନେଇ ଏକ ଶାନ୍ତି କମିଟି ଗଠନ କରି ଏହି ବିବାଦର ସମାଧାନ କରିବା ପାଇଁ ଗଜପତି ପ୍ରଶାସନ ସ୍ଥିର କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି. ଏହି ବିବାଦର ସମାଧାନ ନ ହେଲେ ଆଗାମୀ ଦିନରେ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ପୁରାଣ ପ୍ରସିଦ୍ଧ ଶୈବପୀଠ ଠାରେ ଆଧ୍ୟାତ୍ମିକ ଚିନ୍ତାଧାରା ପତିବର୍ତ୍ତେ ବିବାଦୀୟ ପରିସ୍ଥିତି ଦେଖା ଦେବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରି ପ୍ରଶାସନ ଏହି ବିବାଦର ସମାଧାନ କରିବା ଆବଶ୍ୟକ ଅଟେ ବୋଲି ମତ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ