ମୁନି ମହାରାଜଙ୍କ ହରିକଥା ପ୍ରବଚନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ସମ୍ମୁଖରେ ବୃନ୍ଦାବନରୁ ଆସିଥିବା ସ୍ୱାମୀ ଭକ୍ତ ବେଦାନ୍ତ ମୁନି ମହାରାଜଙ୍କ ଦ୍ୱାରା ହରିକଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଓ ଗ୍ରାମର ଯୁବ ଗୋଷ୍ଠୀଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବର୍ତମାନ ସମୟରେ ସମାଜ ଯେପରି କଳୁଷିତ ହେଉଛି ସେଥିରେ ସୁଧାର ଆଣିବାରେ ପ୍ରତି ଗାଁରେ ଏପରି ପ୍ରବଚନର ଆବଶ୍ୟକତା ଅଛି ବୋଲି ଆୟୋଜକ ମାନେ ମତ ଦେଇଛନ୍ତି । ଏହି ପ୍ରବଚନ ଶୁଣିବା ପାଇଁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ଏହି ପ୍ରବଚନ ମାଧ୍ୟମରେ ଲୋକମାନଙ୍କ ଭିତରେ ଏକ ଆଧ୍ୟାତ୍ମିକ ଚେତନା ଓ ପରସ୍ପର ଭିତରେ ଭାତୃଭାବର ଜାଗରଣ ସୃଷ୍ଟି କରାଯିବ ସହିତ ଭଗବାନଙ୍କ ଶରଣାପର୍ଣ୍ଣ ହେବାକୁ ମୁନି ମହାରାଜ ପ୍ରବଚନ ମାଧ୍ୟମରେ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ଗ୍ରାମର ଦୁଇଟି କୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ସ୍ୱାମୀ ଭକ୍ତ ବେଦାନ୍ତ ମୁନି ମହାରାଜଙ୍କ ଦଳକୁ ନାମ ସଂକୀର୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା କରାଇ ଭବ୍ୟ ସ୍ୱାଗତ ଜଣାଇଥିବା ବେଳେ ପ୍ରମିଳା ବରାଳ, ଲକ୍ଷ୍ମୀପ୍ରିୟା ରାଉତ, ଅନୁସୟା ରାଉତଙ୍କ ସମେତ ଅନେକ ମହିଳା ମାନେ ବନ୍ଦାପନା କରି ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ। ସନାତନ ଓଝା, ସୁଧାଂଶୁ ରାଉତ, ଚିନ୍ତାମଣି ବରାଳ, ଯୁଧିଷ୍ଠିର ରାଉତ, ଚିନ୍ତାମଣି ରାଉତ, ସୁରେନ୍ଦ୍ର ବିଶ୍ୱାଳ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, କିର୍ତ୍ତନ ବିହାରୀ ନାୟକ, ପୂର୍ଣ୍ଣ ନାୟକ, ବନମାଳୀ ବରାଳ, ନନ୍ଦ କିଶୋର ନାୟକ, ଜଗତ ବରାଳ, ପ୍ରଦୀପ ରାଉତ, ଗଙ୍ଗାଧର ରଣା, ଶ୍ରୀଧର ରାଉତ,, ନିରଞ୍ଜନ ରାଉତ, ସନ୍ତୋଷ ପଣ୍ଡା, ଭରତ ପାତ୍ର, ପର୍ଶୁରାମ ଜେନା, ଖଗେଶ୍ୱର ଜେନା, ନାକଫୋଡି ଜେନା, ଦୁର୍ଯ୍ୟୋଧନ ଜେନାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


