ଆସୁନି ପେଟ୍ରୋଲ କି ଡିଜେଲ: ଲୋକେ ହନ୍ତସନ୍ତ

ହାଟଡିହି , (ଓ୍ବାଇଏନଏସ) : ପେଟ୍ରୋଲ ଓ ଡିଜେଲ ଅଭାବ ଭୟ ବେ ଲୋକଙ୍କୁ ଘାରିଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ  ପେଟ୍ରୋଲ ଡିଜେଲ ନମିଳିବା ଗୁଜବ ଲୋକଙ୍କ ମଧ୍ୟରେ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କିଏ କେଉଁ ଉପାୟରେ ପେଟ୍ରୋଲ ଗଚ୍ଛିତ ରଖି ପାରିବେ ସେଥିପାଇଁ ପୋଟ୍ରୋଲ ପମ୍ପ ଗୁଡିକରେ ଭିଡ ଜମାଉଛନ୍ତି । ଯଦିଓ କିଛି  ପେଟ୍ରୋଲ ପମ୍ପରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ ଦିଆଯାଉଛି ତଥାପି ଆଉ କେତେକ ସ୍ଥାନରେ ପେଟ୍ରୋଲ ଯୋଗାଣକୁ ନିୟନ୍ତ୍ରଣରେ ରଖାଯାଇଛି। ଏପରିକି କିଛି ପେଟ୍ରୋଲ ପମ୍ପ ଦୁଇ ତିନିଦିନ ହେଲା ନୋ ଷ୍ଟକ ମାରି ବନ୍ଦ କରିଦେଇଛନ୍ତି। ଆଜି ସାବିତ୍ରୀ ବ୍ରତ ଥିବାରୁ ଖୋଲା ଥିବା ପେଟ୍ରୋଲ ପମ୍ପ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଲୋକମାନେ ବନ୍ଧୁ ବାନ୍ଧବ ଯିବାପାଇଁ ଟାଙ୍କି ଗୁଡିକରେ ତେଲ ପକାଇବାକୁ  ଭିଡ଼ ଜମାଇ ଥିଲେ। ହାଟଡିହି ଏଚ.ପି ଟାଙ୍କିରେ ଲୋକଙ୍କ ଚାହିଦା ମୁତାବକ ତେଲ ଦିଆ ଯାଉଥିବା ବେଳେ ଛେନାପଦି ଦଳେଇ ଟାଙ୍କିରେ ଆଜି ବାଇକ ଚାଳକଙ୍କୁ ଶହେ ଟଙ୍କାର ପେଟ୍ରୋଲ ଦିଆ ଯାଉଥିଲା। କିନ୍ତୁ ଛେନାପଦିରେ ଥିବା ଅନ୍ୟ ଏକ ଟାଙ୍କିରେ ତିନିଦିନ ହେଲା ପେଟ୍ରୋଲ ନଥିବା ବେଳେ ଗତ କାଲିଠାରୁ ଡିଜେଲ ସରିଯାଇ ଥିବା ଯୋଗୁଁ ଟାଙ୍କି ବନ୍ଦ ରହିଥିବା ଜାଣିବାକୁ ମିଳିଛି। ସେହିପରି ବିଦ୍ୟାଧରପୁରରେ ମଧ୍ୟ ଲୋକଙ୍କ ଆବଶ୍ୟକତା ଅନୁଯାଇ ପେଟ୍ରୋଲ ଦିଆ ଯାଇ ପାରୁନି। ରମ୍ପାସ, ଓରଳି ଟାଙ୍କିରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଆବଶ୍ୟକତା ଅନୁଯାଇ ତେଲ ଆସୁନଥିବାରୁ ଓ ଲୋକମାନେ ଅଧିକ ତେଲ ନେଇ ଗଛିତ ରଖୁଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା କୁହା ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ