ବିଶ୍ୱ ଡେଙ୍ଗୁ ଦିବସ ପାଳିତ

ଛତ୍ରପୁର,(ଓ୍ବାଇଏନଏସ): ଜ଼ିଲ୍ଲା ସ୍ତରୀୟ ଡେଙ୍ଗୁ ଦିବସ  ପୋଟଲାମପୁର ପଞ୍ଚଯାତ କାର୍ଯ୍ୟାଳୟ ସଭା ଗୃହରେ ପାଳିତ ହୋଇଯାଇଛି । ଜାତୀୟ ସ୍ତର ରେ ସୁସ୍ଥ ପଞ୍ଚାୟତ ରୂପେ ପୁରସ୍କାର ନିମନ୍ତେ ଚୟନ ହୋଇଥିବା ଏବଂ  ରାଷ୍ଟ୍ରପତିଙ୍କ ଠାରୁ ମାନପତ୍ର ପାଇବା କାର୍ଯ୍ୟସୂଚୀକୁ ଅନୁକରଣ କରି ସ୍ୱଛତାର ଉଦାହରଣକୁ ସାରା ଜ଼ିଲ୍ଲା ରେ ଆଲୋକପାତ କରାଯାଇଥିଲା। ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡା ସ୍ୱାଧୀନ ରଥ, ସମଗ୍ର ଛତ୍ରପୁର ବ୍ଲକର ଡେଙ୍ଗୁ ଉପରେ ସମୀକ୍ଷା କରି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ସରପଞ୍ଚ ଓ ସମିତି ସଭ୍ୟ  ନିରଞ୍ଜନ ପ୍ରଧାନ ଏବଂ ଶମ୍ଭୁନାଥ ସ୍ୱାଇଁ ସହଯୋଗର ହାତ ବଢେଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଜ଼ିଲ୍ଲା ମୁଖ୍ୟ ବାହକ ଜନିତ ଚିକତ୍ସାକ ଅଧିକାରୀ ଡା ଦେବାଶିଷ ପଟ୍ଟନାୟକ ଏବଂ.ଜ଼ିଲ୍ଲା ପର୍ଯ୍ୟବେକ୍ଷକ  ସନ୍ତୋଷ ଷଡ଼ଙ୍ଗୀ ଜ଼ିଲ୍ଲା ସମ୍ବନ୍ଧୀୟ ଡେଙ୍ଗୁ ଭୟାବହତ ଉପରେ ମାର୍ଗଦର୍ଶନ କରାଇଥିଲେ। ଜନସ୍ଵାସ୍ଥ ଏବଂ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ  ବରୁଣ କୁମାର ପାଣିଗ୍ରାହୀ ଏବଂ  ସିମାଞ୍ଚଳ ପ୍ରଧାନ ସଂକ୍ଷେପ ଆଲୋଚନା କରିଥିଲେ। ବାହକ ରୋଗ ପର୍ଯ୍ୟବେକ୍ଷକ  ସୁଶାନ୍ତ ବାରିକ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମହିଳା ଏବଂ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ପୁରୁଷ ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସମେତ ଅନେକ ଗ୍ରାମବାସୀ, ଆଶାକର୍ମୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ