ସାବିତ୍ରୀ ଅମାବାସ୍ୟା ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଛତ୍ରପୁର,  (ଓ୍ବାଇଏନଏସ): ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଶନିବାର ୧୩ଦିନରେ ପହଂଚିଛି । ସାବିତ୍ରୀ ଅମାବାସ୍ୟା ହୋଇଥିବାରୁ ଆଜି ମାଙ୍କ ଘଟ ପରିକ୍ରମା ବନ୍ଦ ରହିଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମାଙ୍କ ଅସ୍ଥାୟୀ ମନ୍ଦିର ଠାରେ ମାଙ୍କୁ ଆଜି ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ଆଳତୀ ବେଳେ ବହୁ ସଂଖ୍ୟାରେ ମହିଳା ଭକ୍ତ ମାନେ ଯୋଗ ଦେଇ ମାଙ୍କୁ ଦର୍ଶନ କରିଥିଲେ । ଆଜି ମାଙ୍କ ଘଟ ପରିକ୍ରମା ବନ୍ଦ ଥିବାରୁ ଯାତ୍ରା କମିଟି ପକ୍ଷରୁ ସହରର ୨ ଟି ସ୍ଥାନରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଛତ୍ରପୁର ଆଖପାଖ ଅଂଚଳର ବହୁ ଜନ ସାଧାରଣ ଭିଡ ଜମାଇବା ସହ ମନ ଖୋଲି ଉପଭୋଗ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର ସିଏଚ. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନଜର ଏମ. ସମରେନ୍ଦ୍ର ସେନାପତି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହ ଯୋଗ କରିଥିଲେ । ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର  ଉତ୍ସବମୁଖର ହୋଇପଡିଛି । ଚଳିତ ବର୍ଷ ସୁନ୍ଦର ତୋରଣ ସହିତ ଆଲୋକ ଶଯ୍ୟା ରେ ଝଲସି ଉଠୁଛି ସାରା ସହର l ଆଗାମୀ ଦିନ ରେ ବଡ଼ ବଡ଼ କଳାକୁଞ୍ଜ ସହିତ ବଡ଼ ବଡ଼ ଲାଇଟ ଗେଟ ଲଗାଯିବ l ଯାତ୍ରା ର ଶେଷ ୧୫ ଦିନ ଅନଶ୍ଲୋ ମିନି ଷ୍ଟାଡିଅମ ପରିସର ରେ ରାମଦୋଳି ଓ ମିନା ବଜାର ଆୟୋଜନ କରାଯିବ l ଶେଷ ସପ୍ତାହ ରେ ଷ୍ଟାଡିଅମ ରେ ଛତ୍ରପୁର ମହୋତ୍ସବ ଆୟୋଜନ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ