ହାତୀ ପଲ ଆତଙ୍କ: ଜଙ୍ଗଲୀ ଗ୍ରାମବାସୀ ସଜାଗରେ ବନ ବିଭାଗ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ଦିନକୁ ଦିନି ହାତୀଙ୍କ ଆତଙ୍କରେ ଲୋକଙ୍କ ଭୟଭୀତ କରିଛି। ଜଳ ଓ ଖାଦ୍ୟ ଖାଇଵା ପାଇଁ ଜଙ୍ଗଲ ଭିତରେ ରହିଥିବାରୁ ଗାଁରେ ଥିବା ଲୋକ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନ୍ୟପରେ ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ କେବଳ ଚେତନା କରୁଥିବା ଦେଖିବାକୁ ମିଳୁଛି।କର୍ଲାପାର୍ଟ ବନଖଣ୍ଡ କରିଡ଼ର ଦେଈ କଳାହାଣ୍ଡିଆ ହାତୀ ରାୟଗଡା ଜିଲ୍ଲାର ବନାଞ୍ଚଳରେ ପସି ଦିନକୁ ଦିନ ଦୌରାମ୍ୟ ଦମନ ଲୀଳା ଲଗାଇ ଲୋକଙ୍କୁ ଭୟଭୀତ କରି ନିଜ ଅତିଆରରେ ରଖିଛନ୍ତି କହିଲେ ଭୁଲ ହେବନାହିଁ। ପୁଣି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି, ପାର୍ଶାଲି ଧାମୁଣି ପଙ୍ଗା, ପଲମା, ନାରାୟଣ ପୁର, କରପା ପଞ୍ଚାୟତରେ ୪୩ ଟିକିଏ ହାତୀପଲ ଅଞ୍ଚଳକୁ ଘେରା ବନ୍ଦୀ କରି ରଖିଥିବାରୁ ଅଂଚର ଲୋକେ ରାତ୍ର ପଦାକୁ ବାହାରିବାକୁ ଭୟ କରୁଛନ୍ତି। ସିଙ୍ଗାରି ପଂଚାୟତର ପାଦୁଲୁ ଗୁଡା ପାଳ ଖମଣ ସିନ୍ଧୁ ପଦର ଓ ପାର୍ଶାଲି ପଞ୍ଚାୟତ ଖୁର୍ଷୁ ମୁହିଁ, ଚାଟିକଣା, ବୁଡ଼ୁନି ଅଞ୍ଚଳରେ ୨୮ଗୋଟି ହାତୀ ମଧ୍ୟରୁ ୬ ଟି ଛୁଆ ୨୨ଗୋଟି ଦନ୍ତା ଓ ମାଈ ହାତୀ ରହିଥିବାରୁ ଉକ୍ତ ଅଞ୍ଚଳରେ ଲୋକେ ଭୟରେ ରହିଛନ୍ତି। ସେହିପରି ପଲମା ପଞ୍ଚାୟତର ବନ୍ଧ କରଞ୍ଜା, ପଡିଭଟା,ପାପିକଣା,ଉପର ସଜା, ଭିତର ସଜା ଞ୍ଚଳରେ ୬ଗୋଟି ହାତୀପଲ ରହି ଅଞ୍ଚଳକୁ ଓ ଗ୍ରାମବାସୀଙ୍କୁ ଡରାଇ ରଖିଛନ୍ତି ବୋଲି ଅଞ୍ଚକବାସୀ ପ୍ରକାଶ କରିଛନ୍ତି। ସେହିଭଳି ଧାମୁଣି ପଙ୍ଗା ଗୁଗୁରୁ ମାଣ୍ଡି ତାଡିଝୋଲା କାଳିଆ ଗୁଡା, ନାରାୟଣ ପୁର ପଞ୍ଚାୟତର ବଡ଼ କୁଆଙ୍ଗ, ସାନ କୁଆଙ୍ଗ କରପା ମୁତକୁଣି, ହିରିସୁଳି ଗ୍ରାମ ମାନଙ୍କରେ ୯ ଟିକିଆ ହାତୀପଲ ଅଞ୍ଚଳକୁ ଘେରା ବନ୍ଦୀ କରି ରଖିଥିବା କହିଛନ୍ତି ଅଞ୍ଚଳବାସୀ।ଚାଟିକଣା ଠାରୁ ଖୁର୍ଷୁ ମୁହିଁ ରାସ୍ତା ନିର୍ମାଣରେ ଶ୍ରମିକ ରହିଥିବା କେମ୍ପକୁ ଭାଙ୍ଗିବା ପାଇଁ ପଶୁଥିବା ବେଳେ ଶ୍ରମିକ ମାନେ ଉଠିପଡ଼ିବାରୁ ଚାଲିଗଲେ ହାତୀପଲ।ହାତୀପଲ ଦେଖି ଲୋକେ ଭୟଭିତ ହୋଇଥିବା କେମ୍ପରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। ଗତ କାଲି ରାତ୍ର ରେ ପ୍ରାୟ ୨୮ଗୋଟି ହାତୀ ଦେଖି ଭୟରେ ଅଛନ୍ତି ଜଙ୍ଗଲୀ ଅଞ୍ଚଳବାସୀ।ଉକ୍ତ ଖବର ପାଇ ରେଞ୍ଜର ସଚିତାନନ୍ଦ ପରିଡା,ବନପାଳ ଶିବଶଙ୍କର ମହାପାତ୍ର, ଓ ଅନ୍ୟ ଫରେଷ୍ଟର,ପାରାଗାର୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ନଜର ରଖି ଲୋକଙ୍କୁ ସଚେତନା କରୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଆମ୍ବ, ପଣଶ କଦଳୀ, ସପୁରି ବିଶେଷକରି ପାଣିର ସୁବିଧା ରହିଥିବାରୁ କଳାହାଣ୍ଡିଆ ହାତୀ କର୍ଲାପାଟ କରିଡ଼ର ଦେଈ ଆସି ବସାବାନ୍ଧି ରହିଯାଉଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


