ଧର୍ମପ୍ରାଣା ମହିଳାଙ୍କ ସ୍ମୃତିଚାରଣ ସଭା
ଆରଡ଼ି,( ଆଲୋକ ଚନ୍ଦ୍ର ନାୟକ ) : ଧାମନଗର ବ୍ଲକ ବମକୁରା ଗ୍ରାମର ଚନ୍ଦ୍ରମଣି ପଲାଇଙ୍କ ଦ୍ବାଦଶାହ କ୍ରିୟାରେ ରବିବାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତା ଚନ୍ଦ୍ରମଣି ଜଣେ ଧର୍ମ ପରାୟଣା ମହିଳା ଥିଲେ । ଆଖପାଖରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ ସେ ନିୟମିତ ଭାବେ ଯୋଗଦେଇ ଆସୁଥିଲେ ବୋଲି ସ୍ମୃତି ଚାରଣ ଅବସରରେ ମତ ପ୍ରକାଶ ପାଇଥିଲା । ପୂର୍ବତନ ଏମପି ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ବିଜୟ ନାୟକ, ମୁକ୍ତିକାନ୍ତ ମଣ୍ଡଳ, ସକାଳ ଖବର କାଗଜ ସମ୍ପାଦକ ଅମିତ ମଲ୍ଲିକ, ଭାଜପା ନେତା ରଞ୍ଜନ ମହାନ୍ତି, ସୁଶାନ୍ତ କୁମାର ନାୟକ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ନାୟକ, ଖବରଦାତା କିଶାନ କୁମାର ରାଉତ, ବମକୁରା ସରପଞ୍ଚ ନରେନ୍ଦ୍ର ନାୟକ ପ୍ରମୁଖ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଧର୍ମପ୍ରାଣା ମହିଳାଙ୍କ ଦ୍ବାଦଶାହ କ୍ରୟାରେ ଯୋଗ ଦେଇଥିବାରୁ ପୁତ୍ର ଭାନୁ ପ୍ରକାଶ ପଲାଇ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।


