‘ଭାରତର ସ୍ୱାଧୀନତା ସଂଗ୍ରାମର ଆଦ୍ୟନାଦ’ ପୁସ୍ତକର ଲୋକାର୍ପଣ ଉତ୍ସବ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ବୟଜୈଷ୍ଠ ସମାଜସେବୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ରଚିତ ଭାରତର ସ୍ୱାଧୀନତା ସଂଗ୍ରାମର ଆଦ୍ୟନାଦ’ ପୁସ୍ତକ ଲୋକାର୍ପଣ ଉତ୍ସବ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ଅଧ୍ଯକ୍ଷ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏ ବର୍ଣ୍ଣାଢ଼ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଅବିଭକ୍ତକୁ ଗଞ୍ଜାମ ଜିଲ୍ଲାର ଏକ ଗୌରବାନ୍ବିତ ଅଧ୍ୟାୟକୁ ଆଧାର କରି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ପୁସ୍ତକ “ଭାରତରେ ସ୍ବାଧୀନତା ସଂଗ୍ରାମର ଆଦ୍ୟନାଦ: ଏକ ତୁଳନାତ୍ମକ ଅଧ୍ୟୟନ”ର ଲୋକାର୍ପଣ ଉତ୍ସବ ତଥା ତତ୍ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ତଥା ଐତିହାସିକ ଡଃ ଚଣ୍ଡି ପ୍ରସାଦ ନନ୍ଦ, ମୁଖ୍ୟ ଅତିଥୂ ଭାବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରାକୃନ କୁଳପତି ଡଃ ଅମୀୟ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଧରାକୋଟ ଅଧ୍ଯକ୍ଷ ଡଃ ସୁଜିତ ପଣ୍ଡା, ସମ୍ମାନୀତ ଅତିଥୂ ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରାକୃନ କୁଳପତି ପ୍ରଫେସର ଡଃ ମନ୍ମଥ ପାଢ଼ୀ, ଉପାନୁ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପାରଳାଖେମୁଣ୍ଡି ସ୍ନାତକୋତ୍ତର ଇତିହାସ ବିଭାଗ ବିଭାଗର ମୁଖ୍ୟ ସୁଶାନୁ ଦାସ ପ୍ରମୁଖ ଯୋଗଦାନ କରି ଆଲୋଚନାଚକ୍ରରେ ଭାଗ ନେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ପାରଳାର ସୁପ୍ତ ଇତିହାସକୁ ଲୋକଲୋଚନକୁ ଆଣିଥିବାରୁ ଅତିଥୂମାନେ ଶ୍ରୀ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପାରଳା ମହାରାଜା ଗୌରଚନ୍ଦ୍ର ଗଜପତିଙ୍କ ତତ୍ତ୍ବାବଧାନରେ ୧୭୭୭ ମସିହାରେ ପାଇକ ଓ ବିଷୋୟୀମାନେ ଆନ୍ଦୋଳନରେ ନେତୃତ୍ବ ନେଇଥୂବା ଲେଖକ ଉପସ୍ଥାପନ କରିଥିଲେ. ଏହା ପାରଳାର ପ୍ରଥମ ସଶକ୍ତ ଆନ୍ଦୋଳନର ପ୍ରଥମ ପୃଷ୍ଠଭୂମି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ୧୭୬୭ -୧୮୫୭ ପର୍ଯ୍ୟନ୍ତ ଦୀର୍ଘ ୯୦ ବର୍ଷ ଧରି ଏହି ଆନ୍ଦୋଳନ ଜାରି ରହିଥିଲା ବୋଲି ଲେଖକ ଉପସ୍ଥାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ