ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ମାମଲା ; ଘଟଣାର ୪ଦିନ ପରେ ମଧ୍ୟ ଆତ୍ମହତ୍ୟା ଉପରୁ ହଟି ପାରିନାହିଁ ପରଦା

କଟକ, (ଓ୍ବାଇଏନଏସ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ପଛର କାରଣ ଏବେବି ଅସମାହିତ । ସେପଟେ ମୃତ ଆଇଆଇସିଙ୍କ ଆର୍ଥିକ କାରବାର ଜାଣିବା ଲାଗି ପୁଲିସ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । ବ୍ୟାଙ୍କ ଆକାଉଣ୍ଟରୁ କିଛି ସୁରାକ କାଢ଼ିବାକୁ ପୁଲିସ ଉଦ୍ୟମ କରୁଛି । ଏପଟେ ପୁଲିସ ସ୍କାନରରେ ଜଣେ ପୁଲିସ । ପାହାଳ ଥାନାର ଜଣେ ଏଏସଆଇଙ୍କ ଦୁଇଟି ମୋବାଇଲକୁ ଜବତ କରିବା ସହ ପୁଲିସ ପଚରାଉଚୁରା କରୁଥିବା ସୂଚନା ମିଳିଛି । ମହିଳା ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣାର ୪ଦିନ ବିତିଯାଇଥିଲେ ମଧ୍ୟ ଆତ୍ମହତ୍ୟା ଉପରୁ ଏପର୍ଯ୍ୟନ୍ତ ପରଦା ହଟି ପାରିନାହିଁ। ସେପଟେ ପୁଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଥିବା କଟକ ଡିସିପି ସୂଚନା ଦେଇଛନ୍ତି। ବିୟୁଟି ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ହେଉଛି । କାହା ସହ ଆର୍ଥିକ କାରବାର ହୋଇଛି, କେବେ ହୋଇଛି ଏବଂ କାହିଁକି ହୋଇଛି ସେ ତଥ୍ୟ ବାହାର କରି ଆତ୍ମହତ୍ୟା କାରଣର ନିକଟତର ହେବାକୁ ଯୋଜନା କରିଛି ପୁଲିସ । ପୂର୍ବରୁ ଆଇଆଇସିଙ୍କ ଜବତ ମୋବାଇଲ ଫୋନ ଫରେନାସିକ ଲାବରେଟୋରିକୁ ପଠାଯିବା ସହ ସିଡିଆର ତଥ୍ୟ କାଢିଛି ପୁଲିସ । ସିଡିଆର ଯାଞ୍ଚ ବେଳେ ପୁଲିସ ସ୍କାନରକୁ ଆସିଛନ୍ତି ଜଣେ ପୁଲିସ ଏସଆଇ। ପାହାଳ ଥାନାର ଏହି ଏଏସଆଇଙ୍କ ଦୁଇଟି ମୋବାଇଲ ଜବତ କରିବା ସହ ତଦନ୍ତକାରୀ ଟିମ୍ ତାଙ୍କ ଉପରେ କଡ଼ା ନଜର ରଖିଛି। ଘଟଣା ସମ୍ପର୍କରେ ତଥ୍ୟ କାଢ଼ିବାକୁ ଚାଉଳିଆଗଞ୍ଜ ଥାନା ସିସିଟିଭି ଫୁଟେଜ, ପାହାଳ ଥାନା କିଛି ପୁଲିସ କର୍ମଚାରୀଙ୍କୁ ପଚରାଉଚୁରା କରୁଛି ପୁଲିସ । ଗତକାଲି ପୁଲିସ ଅଫିସର୍ ସଂଘ ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ଅପମୃତ୍ୟୁ ମାମଲା ଭିତରେ ସୀମିତ ନରଖି ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଥିଲା। ସେପଟେ ଆତ୍ମହତ୍ୟା ବୃତ୍ତିଗତ ଚାପ ଯୋଗୁ ନୁହେଁ ଏହା ପଛରେ ଆହୁରି କିଛି ରହସ୍ୟ ରହିଛି, ଯାହାର ଖୋଳତାଡ଼ କରାଯାଉ ବୋଲି ଅବସରପ୍ରାପ୍ତ କ୍ରାଇମବ୍ରାଞ୍ଚ ଏସ୍‌ପି କହିଛନ୍ତି । ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲାରେ କେବେ ହେବ ପର୍ଦ୍ଦାଫାସ। ଆର୍ଥିକ କାରବାର ଏବଂ ସିଡିଆରରୁ ମିଳିବକି ସୁରାକ ତାକୁ ହିଁ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ