ଏନଏମଏସ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ଏନ.ଏମ.ଏସ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ବୃନ୍ଦାବନଚନ୍ଦ୍ର ସରକାରୀ ଉ:ପ୍ରା ବିଦ୍ୟାଳୟ, ଓରାଳିର ୫ଜଣ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜି.ସି ଗାର୍ଲସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନୀଲ୍ କୁମାର ସିଂ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ସହ ଶିକ୍ଷା ଅଧିକାରୀ ବିନୋଦ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି ଆଲୋକ କୁମାର ନାଥ, ଏସ.ଏମ.ସି ଅଧ୍ୟକ୍ଷ ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ଏକାଗ୍ରତା ହିଁ ସଫଳତାର ଚାବିକାଠି, ତେଣୁ ଯିଏ ମନପ୍ରାଣ ଦେଇ ଶିକ୍ଷା ଲାଭ କରେ ସେ ନିଶ୍ଚିତ ସଫଳତା ପାଇ ଥାଏ ବୋଲି ମତ ଦେଇଥିଲେ। ଏହି ଅବସରରେ ଏନଏମଏସ ପରୀକ୍ଷାରେ ବ୍ଲକ ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଶୁଭଶ୍ରୀ ବେହେରା, ଦିପ୍ତୀରେଖା ବାରିକ, ରିଙ୍କି ଜେନା, ସାଇ ପ୍ରୀତି ପ୍ରତୀକ୍ଷା ଜେନା, ରାଜଶ୍ରୀ ସେଠୀ ଙ୍କୁ ଅତିଥି ମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏପରି ନିଷ୍ଠାପର ଶିକ୍ଷାଦାନ ଜାରି ରହିଲେ ଆଗାମୀ ଦିନରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ସଫଳତା ପାଇ ପାରିବେ ବୋଲି ଅତିଥି ମାନେ ମତ ଦେଇଥିଲେ। ଶିକ୍ଷୟତ୍ରୀ ହାସ୍ୟମୟୀ ରାଜ୍ , ପ୍ରଦୀପ୍ କୁମାର ବିଶ୍ବାଳ, ମାଧବାନନ୍ଦ କର, ଲିପିକା ନାୟକ, ନାରାୟଣ ରାଉତ୍, ନିତ୍ୟାନନ୍ଦ ସେଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗତବର୍ଷ ମଧ୍ୟ ଏହି ବିଦ୍ୟାଳୟ ରୁ ୯ ଜଣ ଛାତ୍ରଛାତ୍ରୀ ଏନ.ଏମ.ଏସ ପରୀକ୍ଷାରେ କୃତିତ୍ୱ ହାସଲ କରି ସମଗ୍ର ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଥିଲେ।


