ଶିକ୍ଷକ ନେତା ସ୍ବର୍ଗତ ସୁନୀଲ ଦାଶଙ୍କ ଜୟନ୍ତୀ
ଗୁଣପୁର,(ୱାଇଏନଏସ):ଶ୍ରୀନିବାସ ନଗରରେ ଶିକ୍ଷକ ନେତା ତଥା ସାମ୍ବାଦିକ ସ୍ଵର୍ଗତ ସୁନୀଲ କୁମାର ଦାଶଙ୍କ ୬୫ ତମ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅଵସରରେ ଅତିଥୀ ବୃନ୍ଦ ବିଦ୍ୟାଧର ଶବର, ଅଧକ୍ଷ୍ୟ, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡା,ମମତା ଗୌଡ, ପୌରାଧକ୍ଷ୍ୟା ପୌରପରିଷଦ, ଗୁଣପୁର, ଶିବପ୍ରସାଦ ଗୌଡ, ଉପାଧକ୍ଷ୍ୟ, ପୌରପରିଷଦ ଗୁଣପୁର ୱାଇ.ଗଣପତି ରାଓ, ସଦସ୍ୟ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ଡ. ଚନ୍ଦ୍ରଧ୍ବଜ ପଣ୍ଡା, ଉପ-ସଭାପତି, ଗାନ୍ଧୀଯାନ୍ତ୍ରୀକ ବିଶ୍ବବିଦ୍ୟାଳୟ, ନୃସିଂହପ୍ରସାଦ ପାଢ଼ୀ, ସମ୍ପାଦକ- “ବିଜୟ କେତନ” ତଥା ବରିଷ୍ଠ ପ୍ରବଚକ ଏବଂ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ସ୍ଵର୍ଗତଃ ଦାଶଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଅତିଥୀ ମାନେ ସ୍ଵର୍ଗତଃ ଦାଶଙ୍କ ଜୀବନିର ସ୍ମୃତି ଚାରଣ କରିଥିଲେ। ଏହି ଅଵସରରେ ସ୍ବର୍ଗତ ସୁନୀଲ କୁମାର ଦାଶଙ୍କ ଦ୍ବାରା ପ୍ରତିଷ୍ଠିତ ସମାଲୋଚନା ମୂଳକ ସପ୍ତାହିକ ଖବର କାଗଜ “ଏଥିର ସମ୍ଭାଳ” ର ଉନ୍ମୋଚନ କରାଯାଇଥିଲା । ସେହିପରି ତିନି ଜଣ ଅବସରପ୍ରାପ୍ତ ଶିକ୍ଷକ ନୀଳ ମାଧବ ପାଢ଼ୀ,ସୁବାସ ଶବର, ପ୍ରଫୁଲ କୁମାର ରାଜଗୁରୁ ଏବଂ ଦୁଇ ଜଣ ବରିଷ୍ଠ ସାମ୍ବାଦିକ ଗୁଣପୁରର ସମେଶ୍ବର ରାଓ ଓ ଗୁଡାରୀର ଜଗନ୍ନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି କମିଟିର ସଭାପତି ଅନନ୍ତ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ଇନ୍ଦ୍ରାକ୍ଷୀ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବର୍ଗତ ସୁନୀଲ ଦାଶ ସ୍ମୃତି କମିଟିର ଆବାହକ ଶକ୍ତି ପ୍ରସାଦ ଦାଶ ଓ ସିଦ୍ଧାର୍ଥ ଦାଶ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


