ଯୁକ୍ତ ୨ ପରୀକ୍ଷାଫଳ: ଦେବଗିରି ପାସ ହାର ୮୭%
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଏକ ମାତ୍ର କଳା ମହାବିଦ୍ୟାଳୟ ଦେବଗିରି ସେକେଣ୍ଡେରୀ ବିଦ୍ୟାଳୟ ଜିଲ୍ଲାରେ ସଫଳତାର ହାର ବଜାଇ ରଖିଛି। ଦୀର୍ଘ ପନ୍ଦର ବର୍ଷ ଧରି ନିଜର ଓ ଆଦିବାସୀ ଅଧ୍ୟଷିତ ଅଂଚର ଉଚ୍ଚ ଶିକ୍ଷାର ବିକାଶ ପାଇଁ ଉଜ୍ୱଳ ଭବିଷ୍ୟତର ଏକ ଧାରା ପାଲଟିଛି। ପ୍ରତିବର୍ଷରୁ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାସ ହାର ବୃଦ୍ଧି ପାରିବାରୁ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଠି ହୋଇଛି। ଚଳିତ ବର୍ଷ ୨୬୪ ଜଣ ଯୁକ୍ତ ୨ ପରୀକ୍ଷା ଦେଇଥଲେ। ସେଥିମଧ୍ୟରୁ ୧୪ ଜଣ ପ୍ରଥମ,୪୭ଜଣ ଦ୍ୱିତୀୟ ଓ ୧୭୩ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାରୁ ୮୭%ହାର ହୋଇଥିବା ଜଣା ପଡିଛି। ଏହି ବିଦ୍ୟାଳୟ ଶିକ୍ଷା, ସମୟ ଅନୁବର୍ତ୍ତିତା , ଶିଷ୍ଟାଚାର, ସଂସ୍କୃତି,କ୍ରୀଡା, ବୌଦ୍ଧିକ ଶିକ୍ଷାର ବିକାଶ ଉପରେ ପ୍ରବଳ ଧ୍ୟାନ ଦେଈ ଆଦିବାସୀ ଅଂଚର ପିଲାଙ୍କୁ ଶିକ୍ଷା ର ବାଟ ଦେଖାଇଥାଏ। ତେଣୁକରି ଜିଲ୍ଲାର ଓ ଜିଲ୍ଲା ବାହାର ପିଲାମାନେ ଏହି ବିଦ୍ୟାଳୟକୁ ପ୍ରଥମ ପସନ୍ଦ କରିଥାନ୍ତି। ଏଠାରେ ଅଧ୍ୟପକ ଓ ଅଧ୍ୟପିକାମାନେ ଅଧିକରୁ ଅଧିକ ଆମୟ ଦେଈ ଶିକ୍ଷା ପାଇଁ ପ୍ରବଳ ଶେଷ୍ଟା କରିନିଜକୁ ସମର୍ପିତ କରିଦେଇଥିବାରୁ ଏଭଳି ପାସ ହାର ବୃଦ୍ଧି ପାଉଥିବା ସାଧାରଣରେ ଓ ଅବିଭାବକ ମଜଲରେ ବେସ ଚର୍ଚା ହେଉଛି। ଏହି ଶଫଳତା ପାଇଁ ଛାତ୍ରଛାତ୍ରୀ ଅଧ୍ୟପିକା ଅଧ୍ୟାପକଙ୍କୁ ପରିଚାଳନା କମିଟି ସଭାପତି ବି. ଭି ପ୍ରସାଦରାଓ ଓ ସଦସ୍ୟଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।


