ସଡ଼କ ଦୁର୍ଘଟଣା: ବିଏଲଓ ସୁପରଭାଇଜରଙ୍କ ସମେତ ୨ ଜଣ ମୃତ

 ଛତ୍ରପୁର, (ଓ୍ବାଇଏନଏସ): ସଡ଼କ ଦୁର୍ଘଟଣାରେ  ୨ ଜଣଙ୍କ ମୃତ୍ୟୁ ହୋଇଛି  l ଗଞ୍ଜାମ ଥାନା ଅଧିନ ବିରିପୁର ଗ୍ରାମ ନିକଟରେ   ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଏଥିରେ ୨ ଜଣକ ମୃତ୍ୟୁ ହୋଇଛନ୍ତି l ମୃତକ ମାନେ ହେଲେ  ହଂସପୁର ଗ୍ରାମର ରଘୁନାଥ ପ୍ରଧାନ ଓ  ହୁମ୍ବର ଗ୍ରାମର ଯୋଗେନ୍ଦ୍ର ଦାଶ | ରଘୁନାଥ ବଡ଼ମାଧପୁର ସିରଆରସିସି ତଥା ବିଏଲଓ ସୁପରଭାଇଜର ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିବା  ବେଳେ ଯୋଗେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁବରଣ କରିଥିଲେ l ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ