ଯୁକ୍ତ ଦୁଇ ପରୀକ୍ଷାରେ ହାଟଡିହି କଲେଜର ସଫଳତା: ବିଜ୍ଞାନରେ ସୋନାଲି, ବାଣିଜ୍ୟରେ ଶୁଭଙ୍କର ଓ କଳା ରେ ଆଦର୍ଶ କଲେଜ ଟପର

ହାଟଡିହି (ଓ୍ବାଇଏନଏସ): ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏଥିରେ ହାଟଡିହି କଲେଜର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି। ବିଜ୍ଞାନ ଓ ବାଣିଜ୍ୟରେ ଶତକଡା ଶହେ ଭାଗ କୃତକାର୍ଯ୍ୟ ହୋଇଥିବା ବେଳେ କଳାରେ ଶତକଡା ୯୩ଭାଗ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ଆଦର୍ଶ ମହାନ୍ତି ୫୩୦ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବାଣିଜ୍ୟରେ  ଶୁଭଙ୍କର ଓଝା ୪୮୩ ମାର୍କ ଓ ବିଜ୍ଞାନରେ ସୋନାଲି ଦାସ ୫୧୫ ମାର୍କ ରାଖି କଲେଜ ଟପର ହୋଇଛନ୍ତି। କଳାରେ ପ୍ରଥମ ଶ୍ରେଣୀରେ ୫୩ଜଣ, ଦ୍ୱିତୀୟ ଶ୍ରେଣୀରେ ୫୧ଜଣ ଓ ତୃତୀୟ ଶ୍ରେଣୀରେ ୧୪୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୩ଜଣ, ଦ୍ୱିତୀୟ ଶ୍ରେଣୀରେ ୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୧୩ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୧ ଜଣ ଓ ତୃତୀୟ ଶ୍ରେଣୀରେ ୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଅଧ୍ୟକ୍ଷ  ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ