+୨ କଳା,ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ + ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। + ୨ କଳାରେ ୨୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮, ଦ୍ୱିତୀୟ ଶ୍ରେଣୀରେ ୫୭ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। + ୨ ବିଜ୍ଞାନରେ ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ଜଣ ପ୍ରଥମ, ୭ ଜଣ ଦ୍ୱିତୀୟ ଓ ୨୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। + ୨ ବାଣିଜ୍ୟରେ ପାସ୍ ହାର ଶତ ପ୍ରତିଶତ ରହିଛି। + ୨ କଳାରେ ସୁଶ୍ରୀ ଦମୟନ୍ତୀ ଜେନା ୯୦.୦୫ପ୍ରତିଶତ (ଇ୧). ବିଜ୍ଞାନରେ ସୁଶ୍ରୀ ଜ୍ୟୋତିର୍ମୟୀ ମହାପାତ୍ର ୮ ୪.୩ ୩ପ୍ରତିଶତ ଏବଂ ବାଣିଜ୍ୟରେ ସୁଶ୍ରୀ ପ୍ରତିକ୍ଷା ବରାଳ ୬୭.୮ ୩ ପ୍ରତିଶତ ମାର୍କ ରଖି କେବଳ ତୁଳସୀ ମହିଳା ମହାବିଦ୍ୟାଳୟ ନୁହେଁ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ହାର ବୃଦ୍ଧି ପାଇ ଅର୍ଥାତ୍ ଗତବର୍ଷ ୯୨.୦୪ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ୯୩ ପ୍ରତିସତ ପାସ୍ହାର ରହିଛି। ତେଣୁ ସମସ୍ତ କୃତି ଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ବାସନ୍ତୀ ଶୁକ୍ଳା, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଆଗାମୀ ବର୍ଷ ମାନଙ୍କରେ ଛାତ୍ରୀମାନେ କିପରି ଅଧିକରୁ ଅଧିକ କୃତିତ୍ୱ ହାସଲ କରି ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିବା ସହ ନିଜକୁ ଆତ୍ମ ନିର୍ଭରଶୀଳ କରି ସମାଜରେ ପତିଷ୍ଠା ଅର୍ଜନ କରିପାରିବେ ସେଥିପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଅଧିକ ଯତ୍ନଶୀଳ ହେବାପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଶୁକ୍ଳା ପରାମର୍ଶ ଦେଇଛନ୍ତି।


