ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ମହା ପ୍ରଶିକ୍ଷଣ ଶିବିର ୨୦୨୬ ଉଦଯାପିତ
ବାଲେଶ୍ବର(ସରୋଜ ପଣ୍ଡା): ସ୍ଥାନୀୟ ନୋସି ବିଯିନେସ ପାର୍କ ରେ ଦୁଇଦିନ ଧରି ଚାଲିଥିବା ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ୨୦୨୬ ଉଦ୍ ଜାପିତ ହୋଇ ଯାଇଛି । ଏହି ସମରୋପ ସତ୍ରକୁ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ସଭାପତିତ୍ଵ କରିଥିଲେ, ମୂଖ୍ୟ ଆକର୍ଷଣ ଭାବରେ ରାଜ୍ୟ ବିଜେପି ସଭାପତି ପୁର୍ବତନ ମନ୍ତ୍ରୀ ତଥା ରାଜ୍ଯସଭା ସାଂସଦ ମନମୋହନ୍ ସାମଲ ଉପସ୍ଥିତ ରହି ପ୍ରଶିକ୍ଷକ ଭାବରେ ଉପସ୍ଥିତ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ସ୍ୱରୂପ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ୱନ୍ଧରେ ବାର୍ତ୍ତା ରଖିଥିଲେ, ଉଭାୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ ବୁଥ ସ୍ତରରେ ଦଳ କିପରି ଆହୁରି ସୁଦୃଢ଼ ହେବ ସେ ବିଷୟରେ କହିଥିଲେ। ପୁର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଶିକ୍ଷଣ ଦ୍ୱାରା ଜଣେ କାର୍ଯ୍ୟକର୍ତ୍ତା କିପରି ନିଜକୁ ଅଧିକ ମାର୍ଜିତ କରି ପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ସମାରୋପ ସତ୍ରରେ ଜିଲ୍ଲା ପ୍ରଭାରୀ ଗୌତମ ରାୟ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସଦର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ରାଜ୍ୟ ଉପ ସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରଶିକ୍ଷଣ ବର୍ଗର ପ୍ରଭାରୀ ଆଶୁତୋଷ ପରିଡ଼ା, ସହ ପ୍ରଭାରୀ ତଥା ରାଜ୍ୟ ପ୍ରବକ୍ତା ହିଟେଶ ମୋହାପତ୍ର, ଜିଲ୍ଲା ବର୍ଗ ପ୍ରମୁଖ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ମଞ୍ଚ ପରିଚାଳନା କରିଥିଲେ । ଆଜି ଅନୁଷ୍ଠିତ ସମସ୍ତ ୭ଗୋଟି ସତ୍ର କୁ ଜିଲ୍ଲା ସମ୍ପାଦକ ରାଜେଶ ମହାପାତ୍ର ଓ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପରିଚାଳନା କରିଥିଲେ । ଅଂଶୁମାନ ସବୁଜ ମହନ୍ତ ବର୍ମା, ବିରଞ୍ଚି ନାରାୟଣ ତ୍ରିପାଠୀ, ଜ୍ୟୋତି ରଞ୍ଜନ ନାୟକ, ସୁଜାତା ସାବତ ପାଢୀ, ଆଶୁତୋସ ପରିଡା, ଧିରେନ ସେନାପତି ପ୍ରମୁଖ ସତ୍ର ରେ ପ୍ରଶିକ୍ଷଣ ଦେଇଥିବା ବେଳେ , କାର୍ତ୍ତିକ ଗିରି, ମୋହିତ ପୋଦ୍ଦାର, କମଳା ବିନ୍ଧାଣୀ, ଆଶିଷ ଘୋଷ, ଅଣୁ ମାଧବ ପଣ୍ଡା, ସୁଶାନ୍ତ ପଟ୍ଟନାୟକ ପ୍ରମୂଖ ସଭାପତିତ୍ଵ କରିଥିଲେ, ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାକୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ, ସହ ସଂଯୋଜକ ରଣଜିତ୍ ପୃଷ୍ଟି ଗଣମାଧ୍ୟମ ଓ ବଳରାମ ବିଶ୍ବାଳ ଓ ସୁସ୍ମିତା ପଣ୍ଡା ସାମୂହିକ ସଙ୍ଗୀତ ପରିବେଷଣ ଦାୟିତ୍ୱ ସମ୍ପାଦନ କରିଥିଲେ, ଆଜି ସକାଳ ୬ ଘଟିକା ରେ ବିବେକାନନ୍ଦ ଯୋଗ ସଂସ୍ଥା ପକ୍ଷରୁ ଶିବିରାର୍ଥିଙ୍କୁ ଯୋଗ ପ୍ରଶିକ୍ଷଣ ଦିଆ ଯାଇଥିଲା କାର୍ଯ୍ଯକ୍ରମ ଶେଷରେ ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ଯ ମାନଙ୍କ ମଧ୍ୟରେ ସ୍ୱର ଝଂକାର ସେଠୀ, ସୁରଜ୍ ବିଶାଲ ସ୍ୱାଧୀନ ପଣ୍ଡା, ପବନ କମିଲା,ସୁମନ୍ତ ମହାଳିକଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।


