ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପୌରାଞ୍ଚଳ ବୃନ୍ଦାବନ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।‌ ବୁଧବାର ଠାରୁ ଶୁଭାରମ୍ଭ ହୋଇଥିବା ଉକ୍ତ ପ୍ରବଚନ କାର୍ଯ୍ୟକ୍ରମ ୯ ଦିନ ବ୍ୟାପି ଅନୁଷ୍ଠିତ ହେବା ସହ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ରଙ୍କ ପୌରୋହିତରେ ଆୟୋଜିତ କାର୍ଯ୍ୟକ୍ରମ ୯ ଦିନ ଵ୍ୟାପି ପ୍ରତ୍ୟହ ୩ ଘଣ୍ଟା ଧରି ଆଧ୍ୟାତ୍ମିକ ପରିଵେଶ ମଧ୍ୟରେ ବିଶିଷ୍ଠ ପ୍ରବକ୍ତା କଟକ ଜିଲ୍ଲା ଆଠଗଡ ଅଞ୍ଚଳର ପ୍ରବଚକ ମାନସରାଜ ପଣ୍ଡିତ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ମୁଖରୁ ସୁନ୍ଦର ପ୍ରଵଚନ ଏବଂ ଭଜନ ପରିବେଷଣ କାର୍ଯ୍ୟକ୍ରମ ଚାଲିଛି । ଆୟୋଜିତ କାର୍ଯ୍ୟକ୍ରମରେ ଵ୍ୟାସଭାଵେ ପଣ୍ଡିତ ପଦ୍ମଚରଣ ଦାସ, ପୂଜକ ଜଗନ୍ନାଥ ପାଠି ଓ କର୍ତ୍ତା ଭାବେ ବିଜୟ କୁମାର ପାଣିଗ୍ରାହୀ ଉପବିଶେନ କରିଛନ୍ତି ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମକୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା ,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ , କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଏ ଶଙ୍କର ପ୍ରସାଦ ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଅଧ୍ୟାପକ ଅରବିନ୍ଦ ପଣ୍ଡା, ଗୌରହରି ପୃଷ୍ଟିଙ୍କ ସମେତ ପରିଷଦର ସଦସ୍ୟ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ