ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ ଡାକରାରେ ଔଷଧ ଦୋକାନ ବନ୍ଦ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ ଡାକରାରେ ଗଜପତି ଜିଲ୍ଲାରେ ମୋଟ 250 ଗୋଟି ଔଷଧ ଦୋକାନ ଆଜି ବନ୍ଦ ରହିଛି. 3 ଦଫା ଦାବି ନେଇ ଆଜି ସର୍ବଭାରତୀୟ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଏହି ଜିଲ୍ଲାର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡା, ଗୋଷାଣୀ, କାଶୀନଗର ଓ ଗୁମ୍ମା ବ୍ଲକ ଏବଂ କାଶୀନଗର ଏନଏସି ଅଞ୍ଚଳରେ ରହିଥିବା ମୋଟ 250 ଗୋଟି ଔଷଧ ଦୋକାନ ଗୁଡିକୁ ବନ୍ଦ ରଖା ଯାଇଛି. ଔଷଧ ଦୋକାନ ମାନଙ୍କର ଏହି ବନ୍ଦ ପାଳନ ଯୋଗୁଁ ସମଗ୍ର ଗଜପତି ଜିଲ୍ଲାରେ ସମସ୍ତ ପ୍ରକାର ଔଷଧ ନ ମିଳିବା ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯସ୍ତ ହେବା ସହ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. 3 ଦଫା ଦାବି ଯଥା ଔଷଧର ଅନଲାଇନ ବିକ୍ରୟ ବନ୍ଦ କରିବା, ଔଷଧ ବିକ୍ରିରେ କର୍ପୋରେଟ ସଂସ୍ଥା ଦ୍ୱାରା ଅତ୍ୟଧିକ ରିହାତି ବନ୍ଦ କରିବା, ନକଲି ଔଷଧକୁ ବଜାରରୁ ଏଡ଼ାଇବା ଆଦି ଦାବି ନେଇ ଆଜି ଜିଲ୍ଲାର ସମସ୍ତ ଔଷଧ ଦୋକାନ ଗୁଡିକୁ ବନ୍ଦ ରଖାଯାଇଛି ବୋଲି ଗଜପତି ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ ତରଫରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ