ଯୁକ୍ତ ଦୁଇ ପରୀକ୍ଷା ଫଳ: ପାସହାର 76.51ପ୍ରତିଶତ

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତକାଲି ଉଚ୍ଚ ମାଧ୍ଯମିକ ପରିଷଦ ଦ୍ବାରା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଗଜପତି ଜିଲ୍ଲାରେ କଳାରେ ୮୦.୧୨, ବିଜ୍ଞାନରେ ୭୯.୩୧, ବାଣିଜ୍ୟରେ ୮୩.୦୭ ଏବଂ ଭକେଶନାଲରେ ୭୬.୮୫ ପ୍ରତିଶତ ପାସ୍ ହାର ରହିଛି ।    ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚମାଧ୍ଯମିକ ବିଦ୍ୟାଳୟର ପରୀକ୍ଷା ଫଳରେ କଳାରେ ଦେବସ୍ମିତା ପ୍ରଧାନ ୫୩୨ ନମ୍ବର ରଖ୍ ପ୍ରଥମ ରହିଥ‌ିବା ବେଳେ ବିଜ୍ଞାନରେ ୫୪୫ ନମ୍ବର ରଖ୍ ଈଶ୍ଵରୀ ବେହେରା ପ୍ରଥମ ଏବଂ ବାଣିଜ୍ୟରେ ୫୬୨ ନମ୍ବର ରଖ୍ ମଦନମୋହନ ପଟ୍ଟନାୟକ ପ୍ରଥମ ହୋଇଛନ୍ତି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୮୧.୧୫ ବିଜ୍ଞାନରେ ୬୮.୧୦ ଏବଂ ବାଣିଜ୍ୟରେ ୮୧.୮୧ ପାସ୍‌ ହାର ରହିଥ‌ିବା ବେଳେ ସମୁଦାୟ ୭୬.୫୧ ପ୍ରତିଶତ ପାସ୍ ହାର ରହିଥ‌ିବା ଜଣାପଡିଛି. କଳାରେ ୩୯୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୨୦୧ ଜଣ ପାସ୍‌ ହୋଇଛନ୍ତି । ଏଥ୍ ମଧ୍ୟରେ ୪୮୮ ଜଣ ପ୍ରଥମ, ୮୦୧ ଜଣ ଦ୍ଵିତୀୟ ୧୯୦୫ ଜଣ ତୃତୀୟ ସ୍ଥାନରେ ରହିଛନ୍ତି | କମ୍ପାର୍ଟମେଣ୍ଟ୍‌ରେ ୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି | ସେହିପରି ବିଜ୍ଞାନରେ ୧୩୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୦୩୯ ଜଣ ପାସ୍ ହୋଇଛନ୍ତି । ଏଥିମଧ୍ୟରୁ ୨୭୪ ଜଣ ପ୍ରଥମ, ୩୫୧ ଜଣ ଦ୍ଵିତୀୟ ଏବଂ ୩୪୨ ଜଣ ତୃତୀୟ ସ୍ଥାନ ହାସଲ କରିଛନ୍ତି । କମ୍ପାର୍ଟମେଣ୍ଟରେ ୭୨ ଜଣ ପରୀକ୍ଷା ଦେଇ ପାସ ହୋଇଛନ୍ତି । ବାଣିଜ୍ୟରେ ୬୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୪ ଜଣ ପାସ୍‌ ହୋଇଛନ୍ତି । ଏଥି ମଧ୍ୟରୁ ୧୫ ଜଣ ପ୍ରଥମ, ୧୭ ଜଣ ହିତୀୟ ଏବଂ ୨୧ ଜଣ ତୃତୀୟ ଶ୍ରେଣୀରେ ପାସ ହୋଇଥିବା ଜଣେ କମ୍ପାର୍ଟମେଣ୍ଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଭକେଶନାଲରେ ୧୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୩ ଜଣ ପାସ୍ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ