ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟ ରେ ଆୟୋଜିତ ସ୍ମୃତିସଭା ରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଧୁନିକ ଭାରତ ଗଠନର ନିର୍ମାତା ଥିଲେ। ଭାରତକୁ ସମଗ୍ର ବିଶ୍ୱରେ ଏକ ସମୃଦ୍ଧିଶାଳୀ ଦେଶରେ ପରିଗଣିତ କରିବା ପାଇଁ ସେ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ରାଜୀବ ଗାନ୍ଧୀ ଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ କମ୍ପ୍ୟୁଟରିକରଣ କରାଯିବା ସହ ଦୂର ସଞ୍ଚାର ବିଭାଗ ର ଆଧୁନିକୀକରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନଗର କଂଗ୍ରେସ କମିଟି ସଭାପତି ତଥା କାଉନସିଲର ଦୀପକ ମିଶ୍ର , ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ.କୁନା,କାଉନସିଲର ସୁନୀଲ ପଣ୍ଡା , ମଣ୍ଟୁ ପାତ୍ର, କୁକ ପାଣିଗ୍ରାହୀ, କାଉନସିଲର ପ୍ରତିନିଧି ରଞ୍ଜିତ ବେହେରା, ଇ.ଶଙ୍କର ,ଶଙ୍କର ବେହେରା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ଥିଲେ। ଏହି ଅବସରରେ ସହରର ବହୁ ସଂଖ୍ୟକ ଗରିବ ଅସହାୟ ପରିବାର ଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ୟାକେଟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା।


