ନବନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ଟାଟା ପାୱାର ଜୁଲମକୁ ବିରୋଧ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସୟ ଗୁଳୁ ଗୁଲିକୁ ଅଘୋଷିତ ବିଦୂତ କାଟ ।ବେଡି ଉପରେ କୋରଡ଼ା ମାଡ଼ ।ଅନ୍ୟପଟେ ସରକାର ବାଣ୍ଟିଲେ ମାଗଣା ବିଦୂତ ସଂଯୋଗ ।ଟାଟା ପାୱାର ପକେଟକୁ ଗଲା ମିଟର ଭଡା ।ଟାଟା ପାୱାର ର ଅଜବ ଗୋଲେଖ ଧନ୍ଦା ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି ।ଦରିଦ୍ର ସୀମାରେଖା ତଳେ ରହୁଥିବା ପରିବାର କୁ ରାଜ୍ୟ ସରକାର ମାଗଣା ବିଦୂତ ସଂଯୋଗ ବ୍ୟବସ୍ଥା କରିଥିଲେ ।ଶୋଭାଗ୍ୟ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନା ରେ ହଜାର ହଜାର ଲୋକଙ୍କ ଘରେ ବିଦୂତ ସଂଯୋଗ ହୋଇଥିଲା ।କିନ୍ତୁ ଏହାରି ଭିତରେ ଟାଟା ପାୱାର ବିଞ୍ଚି ଦେଇଛି ତାଙ୍କ ଲୁଟର ଜାଲ ।ସରକାରୀ ମିଟରକୁ ମାସକୁ କିଛି ଟଙ୍କା ଲେଖାଏ ଆଦାୟ କଲା ଟାଟା ପାୱାର ।ଉପଭୋକ୍ତା କହୁଛନ୍ତି ସରକାର ମାଗଣା ବିଦୂତ ସଂଯୋଗ କରାଇଲେ ,କିନ୍ତୁ ଟାଟା ପାୱାର କାହିଁକି ଭଡା ନେଉଛି ।ଟାଟା ପାୱାର ର ଏପରି ଗୋଲଖ ଧନ୍ଦା ସହ ଉପଭୋକ୍ତା ଙ୍କୁ ଲୁଟୁ ଥିବାରୁ ଗୁରୁବାର ପୁରୀ ଜିଲ୍ଲା କାକଟପୁର ବିଦୂତ କାର୍ଯ୍ୟଳୟ ଘେରାଉ କରି ପ୍ରତିବାଦ କରିଛନ୍ତି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ।ଖବର ମୁତାବକ ଓଡିଶା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମାନହୋର ଅଲ୍ଲିଙ୍କ ନେତୃତ୍ୱରେ କାକଟପୁର ବଜାର ମଙ୍ଗଳା ଫାଟକ ସମ୍ନାରୁ କାକଟପୁର ବିଦୂତ କାର୍ଯ୍ୟାଳୟ ପର୍ଯନ୍ତ ଟାଟା ପାୱାର ବିରୁଦ୍ଧରେ ଏକ ଶୋଭାଯାତ୍ରାରେ ଯାଇ ପ୍ରତିବାଦ କରିଥିଲେ ।ଦାବି ଗୁଡିକ ମଧ୍ୟରେ ୩୦୦ ୟୁନିଟ ବିଜୁଳି କେବେ ଦବ ଜବାବ ଦିଅ,ମନଇଚ୍ଛା ବିଦୂତ କାଟ କାହିଁକି କରୁଛ ଜବାବ ଦିଅ,କାହିଁକି ଲୋ ଭୋଲ୍ଟେଜ ଅସୁବିଧା ଜବାବ ଦିଅ ,ଚାଇନା ମିଟର ମାଧ୍ୟମରେ ଶୋଷଣ କରିବା ବନ୍ଦକର ।ଏପରି ଦାବି ସହ କାକଟପୁର ମୁଖ୍ୟ ରାସ୍ତା ଦେଇ ଟାଟା ପାୱାର ଜୁଲମ ଉପରେ ପ୍ରତିବାଦ କରିଥିଲେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ର କର୍ମକର୍ତା । ଏହି କାର୍ଯ୍ୟକ୍ରମ ରେ ସଦାମ ଖାଁନ,ଶେଖ ଇମ୍ରାନ,ମାଜିଦ ହୁସେନ,ଜୁଳଫୁକାର ଅଲ୍ଲୀ ଶାହା ସହ ଶତାଧିକ ନେତୃବୃନ୍ଦ ସାମିଲ ହୋଇଥିଲେ।


