ପଞ୍ଚାୟତ ଆଗରେ ଗଣଧାରଣା ୨ୟ ଦିନରେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଆଗରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଗଣଧାରଣା ଶନିବାର ୨ୟ ଦିନରେ ପହଞ୍ôଚଛି । ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ରାସନକାର୍ଡରେ ଗରିବ ଲୋକଙ୍କୁ ଅନ୍ତର୍ଭୁକ୍ତ କରାନଯିବା, ବାର୍ଦ୍ଧକ୍ୟ ଭତ୍ତାରୁ ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କୁ୍ ବଞ୍ôଚତ କରାଯିବା, ୮୦ ବର୍ଷରୁ ଉର୍ଦ୍ଧ୍ୱ ଭତ୍ତାଧାରୀଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନରେ ଅବହେଳା ପ୍ରଦର୍ଶନ ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆର୍ଥିକ ବାଟମାରଣା ପ୍ରତିବାଦରେ ଏହି ଗଣଧାରଣା ଚାଲିଛି । ସିପିଆଇ ଶାଖା ସମ୍ପାଦକ ଜୟନ୍ତ ଜେନାଙ୍କ ନେତୃତ୍ୱରେ ରାମଚନ୍ଦ୍ରପୁର, ପାନପଦୀ, ବର୍ଚ୍ଚିକୟାଁ, ସାହାରାଗଢିଆ, ବରପଦୀ, ଗୋବିନ୍ଦପୁର ଆଦି ଗ୍ରାମର ଶତାଧିକ ମହିଳା, ପୁରୁଷଙ୍କ ସମେତ ବିିଭିନ୍ନ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ଏବଂ ଦିବ୍ୟାଙ୍ଗ ମାନେ ଏହି ଗଣ ଧାରଣାରେ ସାମିଲ ଅଛନ୍ତି । ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ମଧ୍ୟରେ ଧାରଣାକାରୀ ମାନେ ପଞ୍ଚାୟତ ଆଗରେ ବସିଥିବା ବେଳେ ପଞ୍ଚାୟତ ଅଫିସ ଖୋଲା ନଯିବା ଏବଂ ଧାରଣାକାରୀଙ୍କ ପାଇଁ ପାନୀୟ ଜଳ ଯୋଗାଇ ନଦେବା ଅଭିଯୋଗ ହୋଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ବ୍ଲକ କିମ୍ବା ଜିଲା ପ୍ରଶାସନ ଧାରଣା ସ୍ଥଳରେ ପହଞ୍ôଚ ନଥିବା ସୂଚନା ମିିଳିଛି । ସିପିଆଇ ବନ୍ତ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ଜିଲା ସହ ସମ୍ପାଦକ ରମେଶ ଜେନା, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ବେହେରା, ଟିଲୋ ସରପଞ୍ଚସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟା ପ୍ରତିନିଧି ଦୁଲ୍ଲା ଖାଁ, ଜୋନ ନେତୃତ୍ୱ ଫକୀରୁଦ୍ଦୀନ ଖାଁ, ଦିଲୀପ କୁମାର ନାୟକ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ôଚ ବିଭିିନ୍ନ ସମସ୍ୟା ସମ୍ପର୍କରେ ଧାରଣାକାରୀଙ୍କ ଠାରୁ ଅବଗତ ହୋଇଛନ୍ତି । ବ୍ଲକ ତଥା ଜିଲା ପ୍ରଶାସନ ଧାରଣା ସ୍ଥଳରେ ପହଞ୍ôଚ ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଜୋନ୍ ଓ ଜିଲା ନେତୃତ୍ୱ ମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଧାରଣା ଜାରି ରହିଥିବା ଜଣାଯାଇଛି ।


