ଜିଲ୍ଲା କଂଗ୍ରେସର ମୁଖପାତ୍ର ହେଲେ ଚଣ୍ଡୀ ପାଣିଗ୍ରାହୀ
ହାଟଡିହି (ଓ୍ବାଇଏନଏସ) : ଜିଲ୍ଲା କଂଗ୍ରେସର ମୁଖପାତ୍ର ଭାବେ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ଢେଙ୍କା ଗ୍ରାମର ଚଣ୍ଡୀ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆ ଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ପ୍ରେସ ରିଲିଜ ଜରିଆରେ ଏହା ଘୋଷଣା କରିଛନ୍ତି। ଦୀପକ କୁମାର ରାଜ, ଚଣ୍ଡୀ ପାଣିଗ୍ରାହୀ ଓ ବିଶ୍ୱ ରଞ୍ଜନ ପାଣିଗ୍ରାହୀଙ୍କୁ ଜିଲ୍ଲା କଂଗ୍ରେସର ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି। ଚଣ୍ଡୀ ପାଣିଗ୍ରାହୀ ପୂର୍ବରୁ କଂଗ୍ରେସର ଅନେକ ପଦ ପଦବୀରେ ଅବସ୍ଥାପିତ ହୋଇ ତାଙ୍କ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ପୁନର୍ବାର ତାଙ୍କ ଉପରେ ଏପରି ଆସ୍ଥା ପ୍ରକଟ କରିଥିବାରୁ ସେ ଜିଲ୍ଲା ସଭାପତି ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ମିଳି ଥିବାରୁ ତାଙ୍କୁ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି।


