ଜଗନ୍ନାଥ ମନ୍ଦିର ଜମିକୁ ନେଇ ଉପୁଜିଛି ବିବାଦ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ବିଷମକଟକରେ ଜଗନ୍ନାଥ ମନ୍ଦିର ଜମିକୁ ନେଇ ବିବାଦ ଉପୁଜିଥିବା ଦେଖାଯାଇଛି। ଜେଜେମାଁ ମନ୍ଦିରକୁ ଦାନ ଦେଇଥିବା ଜମିକୁ ଏବେ ନାତି ଜବରଦଖଲ ଉଦ୍ୟମ କରୁଥିବା ବିଷୟ କୁ ଏବେ ଜିଲ୍ଲାରେ ଚର୍ଚ୍ଚାର ପାଲଟିଛି। ରାଜ୍ୟ ସରକାର ଦେବେତୋର ବିଭାଗ ଅଧିନରେ ରହିଥିବା ଧର୍ମାନୁଷ୍ଠାନ ଗୁଡିକର ସମ୍ପତି ଚିହ୍ନଟ ଏବଂ ତାର ସୁରକ୍ଷା କରିବା ଦିଗରେ ପକ୍ରିୟା ଆରମ୍ଭ କରିଛନ୍ତି । ଦେବେତୋର ବିଭାଗ ଅଧିନରେ ରହିଥିବା ପ୍ରତ୍ୟେକ ମନ୍ଦିର ଗୁଡିକ ର ରହିଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତି ତାଲିକା ଏବଂ ତାର ରକ୍ଷଣାବେକ୍ଷଣ ନିମନ୍ତେ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ମୁତାବକ ବିଷମ କଟକ ଜଗନ୍ନାଥ ମନ୍ଦିରର ରହିଥିବା ସ୍ଥାବର ସମ୍ପତି ଗୁଡିକର ତାଲିକା ପ୍ରସ୍ତୁତ କରିବା ସହ ଉକ୍ତ ସମ୍ପତି ଗୁଡିକ ନିଜ ଅକ୍ତିଆରକୁ ନେଇ ଉକ୍ତ ଜମି ଗୁଡକର ମରାମତି କାର୍ଯ୍ୟ ଚାଲିଛି। ସେତିକି ବେଳେ ବିଷମ କଟକର ସଚିଦାନ୍ଦ ମାଇହାତି ଉକ୍ତ ଜମି ତାଙ୍କ ପୈତୃକ ସମ୍ପତି ବୋଲି ଦାବି କରିବା ସହ ଜମି ମରାମତି କାର୍ଯ୍ୟକୁ ଅଟକାଇ ଥିବାର ନଜରକୁ ଆସିଛି । ସୂଚନା ଥାଉକି ବିଷମକଟକ ଜଗନ୍ନାଥ ମନ୍ଦିର ନାମରେ ଖାତା ନଂ୬୭/୭୩୩ ପ୍ଲଟ ନଂ୯୯ ଏ.୦.୮୪ ଜମି ରହିଥିବା ରେକର୍ଡ ରହିଛି । ଏହି ଜମି ବିଷମକଟକର ସ୍ୱର୍ଗତ ରତନା ମାଇହାତି ଗତ ୨୦୧୦ ମସିହାରେ ଜଗନ୍ନାଥ ମନ୍ଦିରକୁ ଦାନ ପତ୍ର ଦଲିଲ ସୂତ୍ରରେ ପ୍ରଦାନ କରିଥିଲେ । ଏନେଇ ବିଷମକଟକ ତହସିଲଦାର ତଦନ୍ତ କରି ଜଗନ୍ନାଥ ମନ୍ଦିରର ଜମିର ସମସ୍ତ ତଥ୍ୟ ପ୍ରମାଣ ସହିତ ବାହାର କରିଛନ୍ତି । ଏହା ପ୍ରକୃତରେ ଜଗନ୍ନାଥ ମନ୍ଦିରର ଜମି ଓ ଏହାର ସମସ୍ତ ତଥ୍ୟ ପ୍ରମାଣ ରହିଛି ଓ ଦାନ ସୂତ୍ର ଦଲିଲ ବଳରେ ଉକ୍ତ ଜମି ଜଗନ୍ନାଥ ମହାପ୍ରଭୂଙ୍କ ଖାତାକୁ ଆସିଥିବା ନେଇ ବିଷମ କଟକ ତହସିଲଦାର କେ.ଭେଙ୍କେଟେଶ୍ୱର ରେଡି ସୂଚନା ଦେଇଛନ୍ତି । ତେବେ ବର୍ତମାନ ଉକ୍ତ ଜମିର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୂର୍ବ ଖାତାଦାର ସ୍ୱର୍ଗତ ରତନା ମାଇହାତିଙ୍କ ଉତରାଧିକାରୀ ସଚିଦାନନ୍ଦ ମାଇହାତି ଉକ୍ତ ଜମି ତାଙ୍କ ନିଜର ବୋଲି ଦାବି କରି ଜମି ମରାମତି କାର୍ଯ୍ୟକୁ ବନ୍ଦ କରିଛନ୍ତି । ଜେଜେମାଁ ଜଗନ୍ନାଥ ମନ୍ଦିରକୁ ଜମି ଦାନ କରି ୧୬ ବର୍ଷ ବିତିଯାଇଥିବା ବେଳେ ନାତି ସଚିଦାନନ୍ଦ ମାଇହାତି ଏହି ଜମିକୁ ଜବର ଦଖଲ କରିବା ପାଇଁ ଉଦ୍ୟମ ଆରମ୍ବ କରିଛନ୍ତି। ଅନ୍ୟ ପଟେ ଯେଉଁ ଦିନ ଠାରୁ ଉକ୍ତ ଜମି ମନ୍ଦିର ଖାତାକୁ ଆସିଛି ସେହି ଦିନ ଠାରୁ ଉକ୍ତ ଜମିର ଫସଲ ମନ୍ଦିର କମିଟିକୁ ଆସୁଥିବା କମିଟି ସଦସ୍ୟ ମାନେ ପ୍ରକାଶ କରିଛନ୍ତି । ତେବେ ଏହି ଜମି ଜଗନ୍ନାଥ ମନ୍ଦିର ନାମରେ ରହିଥିବା ବେଳେ ଏହି ବ୍ୟକ୍ତି ଜଣକ କାହିଁକି ନିଜର ବୋଲି ଦାବି କରିବା ସହ ଜବରଦଖଲ ଉଦ୍ୟମ କରୁଛନ୍ତି ବୋଲି ସମସ୍ତ ଜଗନ୍ନାଥ ପ୍ରେମୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ବର୍ତମାନ ମନ୍ଦିର ଜମିର ବିବାଦ ଉପୁଜିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରି ଘଟଣାର ସତ୍ୟତା ପ୍ରଘଟ କରିବା ପାଇ ବିଷମକଟକ ବାସୀ ଓ ଜଗନ୍ନାଥ ପ୍ରେମୀ ମାନେ ଦାବି କରୁଛନ୍ତି।


