ଅବସରପ୍ରାପ୍ତ ଇପିକଲ ନିର୍ଦେଶକ ବିଏନଆର ପଟନାୟକଙ୍କ ଦେହାନ୍ତ

ଗୁଣପୁର,(ୱାଇଏନଏସ): ଗୁଣପୁର ବେଲ ହୋଷ୍ଟେଲ ସାହିର ବାସିନ୍ଦା ବରିଷ୍ଠ ଆଇନଜୀବୀ ସ୍ଵର୍ଗତଃ ବିଏମଆର ପଟ୍ଟନାୟକଙ୍କ ବଡ଼ ପୁଅ ତଥା ଅବସରପ୍ରାପ୍ତ ଇପିକୋଲ ସଂସ୍ଥାର ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଇଞ୍ଜିନିୟର ବିଏନଆର ପଟନାୟକଙ୍କ ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କ ଚନ୍ଦ୍ର ଶେଖରପୁର ବାସ ଭବନରେ ଥିବା ବେଳେ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ନିକଟସ୍ଥ ଉତ୍କଳ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଶ୍ରୀ ପଟ୍ଟନାୟକଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିବା ବେଳେ ପତ୍ନୀ ସୁଜାତା, ଦୁଇ ଝିଅ ଅମିତା, ଅଜିତା,ଦୁଇ ଜୁଆଇଁ,ଚାରି ଭାଇ ଈଶ୍ଵର ରାଓ,ସୁବ୍ରମାନିୟମ, କ୍ରିଷ୍ଣା,ଭେଙ୍କେଟ ରାଓ,ଭଉଣୀ ରାଧାକୁ ଛାଡି ଯାଇଛନ୍ତି। ସ୍ଵର୍ଗତଃ ପଟନାୟକ ଜଣେ ଭଲ ମଣିଷ,ମେଳାପି ଓ ବନ୍ଧୁ ବତ୍ସଳ ଲୋକ ଭାବେ ପରିଚିତ। ସୂଚନାଯୋଗ୍ୟ ଜୁଲାଇ ୭ ତାରିଖ ୧୯୫୦ ମସିହାରେ ଜନ୍ମିତ ସ୍ଵର୍ଗତଃ ପଟନାୟକ ପିଲାଟି ଦିନରୁ ଜଣେ ମେଧାବି ଛାତ୍ର ଥିଲେ। ଗୁଣପୁର ଶତାୟୁ ଉଚ୍ଚ ବାଳକ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ପରେ ପାରଳାଖେମୁଣ୍ଡିସ୍ଥିତ ଏସକେସିଜି କଲେଜରେ ବିଜ୍ଞାନ ବିଭାଗରେ ଅଧ୍ୟୟନ ଶେଷ କରିଥିଲେ। ଏହାପରେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଉରକେଲା ଆରଇସିରେ ଇଞ୍ଜିନିୟରିଂ ଡ଼ିଗ୍ରୀ ହାସଲ କରି ସ୍ଵର୍ଗତଃ ପଟନାୟକ ଚାକିରୀ ଜୀବନ ଆରମ୍ଭ କରିଥିଲେ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଶେଷରେ ଭୁବନେଶ୍ୱର ଇପିକୋଲ ସଂସ୍ଥାର ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ରୂପେ ଅଵସର ଗ୍ରହଣ କରିଥିଲେ। ସେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲର ପରିଚାଳନା କମିଟିର ସଭ୍ୟ ରୂପେ ମଧ୍ୟ ରହିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ