ଚଳନ୍ତା ବସରୁ ବାହାରି ଗଲା ଚକ : ଅଳ୍ପକେ ବର୍ତିଲେ 30 ଯାତ୍ରୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗୋଟିଏ ଚଳନ୍ତା ବସରୁ ଚକା ବାହାରି ଯିବା ଯୋଗୁଁ 30 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ଯାଇଛି. ହରିହର ନାମକ ଏକ ଯାତ୍ରୀବାହୀ ଘରୋଇ ବସ୍‌ ( ଓଡି ୦୭ ଜେଡ୍‌ ୦୫୯୯ ) ବ୍ରହ୍ମପୁର ଠାରୁ ମୋହନା ଦେଇ କାଟିଙ୍ଗା ଗ୍ରାମକୁ ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା ସମୟରେ ମୋହନା ସଦର ମହକୁମା ପ୍ରାଣୀଧନ ଚିକିତ୍ସାଳୟ ଜାତୀୟ ରାଜପଥ ୩୨୬ ସମ୍ମୁଖରେ ହଠାତ୍‌ ବାମପଟର ଆଗ ଚକାଟି ବାହାରି ନିକଟରେ ଥିବା ଏକ କୃଷି ସାମଗ୍ରୀ ବିକ୍ରୟ କେନ୍ଦ୍ର ଦୋକାନ ଭିତରେ ପଶି ଯାଇଥିଲା । ଚକାଟିର ଗତି ଏତେ କ୍ଷୀପ୍ର ଥିଲା ଯେ, ଦୋକାନ ସମ୍ମୁଖରେ ଥିବା ଦୁଇ ଗୋଟି କୃଷି ଯନ୍ତ୍ରପାତିକୁ ଧକ୍କା ଦେଇ ଦୋକାନ ଗୃହ ଭିତରକୁ ଚାଲି ଆସିଥିଲା। କିନ୍ତୁ ଗ୍ରୀଷ୍ମର ପ୍ରକୋପ ଅତ୍ୟଧିକ ଥିବାରୁ ସେଠାରେ ଦୋକାନୀ କିମ୍ବା ଗ୍ରାହକ କେହି ମଧ୍ୟ ନଥିଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସଟି ୩୦ ମିଟର ଆଗକୁ ଯାଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖ ରାସ୍ତା ଉପରେ ହିଁ ଅଟକି ଯାଇଥିଲା। ଅଳ୍ପକେ ବର୍ତ୍ତିଯାଇଥିଲେ ୩୦ ଯାତ୍ରୀ । କାହାର କିଛି କ୍ଷତି ଘଟିନଥିବା ବେଳେ ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ