ଆସୁନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ : ସ୍କୁଲରେ ହେଉନି ରୋଷ୍ଟର ଡ୍ୟୁଟି

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ଏପ୍ରିଲ ୨୭ତାରିଖ ଠାରୁ ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟକୁ ଛୁଟି ଘୋଷଣା କରିଦେଇଛନ୍ତି । ତେବେ ଏହି ଗ୍ରୀଷ୍ମ ଅବକାଶରେ ଯେପରି ପିଲାଙ୍କ ପାଠ ପଢାରେ ଅବହେଳା ନ ହେବ ସେଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପ୍ରତିଦିନ ବିଦ୍ୟାଳୟ କୁ ରୋଷ୍ଟର ଡ୍ୟୁଟିରେ ଆସିବା ସହ ପିଲାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟା ଯେପରି ଠିକ ଚାଲିବ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ଙ୍କ କଡା ନିର୍ଦେଶ ରହିଛି । ମାତ୍ର ଯାହା ଦେଖିବାକୁ ମିଳିଛି କି, ଅଧିକାଂଶ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଠିକ ଭାବେ ରୋଷ୍ଟର ଡ୍ୟୁଟି କରୁନଥିବାରୁ ବା ବିଦ୍ୟାଳୟ କୁ ଆସୁନଥିବାରୁ ପିଲାଙ୍କ ପାଖରେ ପାଠ ପହଂଚି ପାରୁନଥିବା ପରିତାପର ବିଷୟ ପାଲଟିଛି।ଅସ୍ତରଙ୍ଗ ବ୍ଲକ ଅଧୀନ ୧୩୧ଟିପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୨୨ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନେକ ବିଦ୍ୟାଳୟ ଶିକ୍ଷକ ବିଭିନ୍ନ କୋଚିଂ ସେଣ୍ଟର ପାଠ ପଢାଉଥିବାରୁ ରୋଷ୍ଟର ଡ୍ୟୁଟି କରୁନାହାନ୍ତି ।ଏଥିପ୍ରତି ଅଧିକାରୀଙ୍କ ନିଘା ରହୁନଥିବା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଉପରିସ୍ଥ ଅଧିକାରୀଙ୍କ ତତ୍ୱାବଧାନ ରେ ଅଭିଭାବକ ପିଲା ଓ ଶିକ୍ଷକ ଙ୍କ ମଧ୍ୟରେ ଭଲ ବୁଝାମଣା ରେ ସରକାରଙ୍କର ଏହି ଗୃହ କାର୍ଯ୍ୟ ପାଠ୍ୟକ୍ରମ କେଉଁଠି ନାଁ କେଉଁଠି ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେଉଛି। ହ୍ୱାଟ୍ସଅପ୍ ଗ୍ରୁପରେ ଯୋଡି ହୋଇଥିବା ପିଲାଙ୍କ ପାଖକୁ ଶିକ୍ଷକ ମାନଙ୍କର ନୂତନ କାର୍ଯ୍ୟପ୍ରଦ ପରିସ୍କୃତ ହେଉନି, ତତସହିତ ୫୦ଭାଗ ଅଭିଭାବକ ଙ୍କ ପାଖରେ ନେଟ ସଂଯୋଗ ମୋବାଇଲି ନଥିବାରୁ ତାଙ୍କ ପିଲାମାନେ ପୂର୍ଣ୍ଣ ରୂପେ ପାଠ ପଢାରୁ ବଂଚିତ ହେଉଛନ୍ତି ଏବଂ ଶିକ୍ଷକଙ୍କର ସେହି ପିଲା ଓ ଅଭିଭାବକ ଙ୍କ ସହ କୌଣସି ସମ୍ପର୍କ ରହୁନଥିବା ଫଳରେ ସରକାରଙ୍କ ଏହି ଯୋଜନା ସରକାରୀ କର୍ମଚାରୀ ଙ୍କ ଅବହେଳା ଦୃଷ୍ଟିରୁ ଅସଫଳ ହେଉଛି। ଯେତେବେଳେ ସରକାର ସମସ୍ତେ ପଢିବେ ଗଢିବେ ଓ ଶ୍ରେଷ୍ଠ ହେବେ ଓ ବିକଶିତ ଓଡିଶା ନିର୍ମାଣ କରିବାର ସ୍ବପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ମାନେ ଠିକ ଭାବରେ ପରିଚାଳନା ନକରି ଛୁଟିକୁ ଅନୁଭବ କରୁଛନ୍ତି ;ଏହି କାର୍ଯ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିଲା ମାନଙ୍କର ଶିକ୍ଷା ଅଧିକାର ଅଧିନିୟମକୁ ଉଲ୍ଲଘନ କରିବା ସହିତ ସରକାରୀ କର୍ମଚାରୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଏହି ଦାୟିତ୍ୱ କୁ ନ ତୁଲାଇ ବା ସିଆରସିସି ମାନେ ଏହି କାର୍ଯ୍ୟକ୍ରମ କୁ ଅନୁଧ୍ୟାନ ନକରିବାରୁ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଥିବା ବେଳେ ଟଙ୍କା ଲୋଭ ରେ ପଡି ସରକାରୀ ଶିକ୍ଷକ ରୋଷ୍ଟର ଡ୍ୟୁଟି ପରିବର୍ତ୍ତେ କୋଚିଂ ରେ ବ୍ୟସ୍ତ ।ଅନେକ ଅଭିଭାବକ ଦାବୀ କରିଛନ୍ତି, ଉପଯୁକ୍ତ ତଦନ୍ତ ଜିଲ୍ଲାସ୍ତରୀୟ ଅଧିକାରୀ କଲେ ଶିକ୍ଷକ ଙ୍କ ଶିକ୍ଷାଦାନ ସମ୍ପର୍କରେ ତଥ୍ୟ ପାଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ