ଅଟଳ ଯୁବଶକ୍ତି ତରଫରୁ ପଣା ବଣ୍ଟନ
ବାଲେଶ୍ବର(ସରୋଜ ପଣ୍ଡା): ଏତେ ପ୍ରଚଣ୍ଡ ଖରା ସହିତ ଗରମ କୁ ଆଖି ଆଗରେ ରଖି ଅଟଳ ଯୁବ ଶକ୍ତି ପ୍ରରିବାର ର ସଭାପତି ଶ୍ରୀ ବିକାଶ ପାଢ଼ୀଙ୍କ ନେତୃତ୍ୱରେ ସ୍ଥାନୀୟ ଫକିରମୋହନ ଗୋଲେଈ ଠାରେ 500 ସହ ରୁ ଅଧିକ ଲୋକଙ୍କୁ ଥଣ୍ଡା ପାନୀୟ ଜଳ ସାଙ୍ଗକୁ ଦହି ସର୍ବତ ବଣ୍ଟନ ଆଜିଠାରୁ ଆରମ୍ଭ ହୋଇଥିଲା! ଏହି ଭଳି କାର୍ଯ୍ୟକ୍ରମ ବାଲେଶ୍ୱରରେ ବିଭିନ୍ନ ଜାଗାରେ ଲୋକମାନଙ୍କୁ ପାନୀୟ ଜଳ ସାଙ୍ଗକୁ ଦହି ସର୍ବତ ବାଣ୍ଟିବେ ବୋଲି ସଂଗଠନ ର କାର୍ଯ୍ୟକର୍ତା କହିଥିଲେ! ସଂଗଠନର ଏହିଭଳି କାର୍ଯ୍ୟକ୍ରମ କୁ ଦେଖି ସାଧାରଣ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା ସଂଗଠନ ର ପ୍ରତେକ ସଦସ୍ୟ ମାନଙ୍କୁ ଏହି ନିଆରା ଜନସେବା କୁ ଭୁୟସି ପ୍ରଶଂସା କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ! ଅନୁଷ୍ଠାନ ର ଅଧ୍ୟକ୍ଷ ସଞ୍ଜୟ ଦାସ ,ମୁଖ୍ୟ ପୃଷ୍ଠ ପୋଷକ ପର୍ଶୁରାମ ବେହେରା,ସମ୍ପାଦକ ପ୍ରହଲ୍ଲାଦ ଦାସ,ପ୍ରମୋଦ ଦାସ ,ଶକ୍ତି କୁମାର ଦାସ,ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ଅମିୟ ତାଲଦି, ମଧୁଶ୍ରୀ ପଣ୍ଡା,ଅପରାଜିତା ସେନ,ଶ୍ରୀୟା ଦାସ, ଅରବିନ୍ଦ ପାତ୍ର,ଡମ୍ବରୁଧର ପାଣିଗ୍ରାହୀ, ମନୋରଞ୍ଜନ ବେହେରା, ସନ୍ତୋଷ ମହାନ୍ତି କାର୍ଯକ୍ରମ ରେ ସହଯୋଗ କରିଥିଲେ ଆଗାମୀ ଦିନରେ ଏମିତି ଜଳଛତ୍ର ବାଲେଶ୍ୱରରେ ଚାଲିବ ବୋଲି ଅନୁଷ୍ଠାନର ମିଡିଆ ସଂଯୋଜକ ସର୍ବେଶ୍ୱର ବୁଗୁଡ଼ାଇ ସୂଚନା ଦେଇଥିଲେ ।


