ଆଦର୍ଶ ଶିକ୍ଷକଙ୍କ ପିତୃ ବିୟୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମର ଆଦର୍ଶ ଶିକ୍ଷକ ମନୋଜ କୁମାର ବାରିକଙ୍କ ପିତା ଶୁକଦେବ ବାରିକଙ୍କ ୮୩ବର୍ଷ ବୟସରେ ବିୟୋଗ ହୋଇଯାଇଛି। ସେ ଜଣେ ମିଷ୍ଠଭାଷୀ, ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ। ସେ ସାଇବାବାଙ୍କର ଜଣେ ନିଷ୍ଟାପର ସେବକ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୁ, ନାତି, ନାତୁଣୀ, ଝିଅ ଓ ଜ୍ୱାଇଁଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ।


