ଇନ୍ଦ୍ରମଣୀ ରାଉତଙ୍କ ସ୍ମୃତିରେ ପାଣି ବଣ୍ଟନ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ବୋଇତ ବନ୍ଦାଣ ସମିତି, କେନ୍ଦ୍ରାପଡା ପକ୍ଷରୁ ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତଙ୍କ ସ୍ମୃତିରେ ଇଛାପୁର ନିକଟସ୍ଥ ଶ୍ୟାମଗୁଡିଆ ନୂତନ ଜିଲ୍ଲା ଚିକିତ୍ସାଳୟ ନିକଟରେ ପଥଚାରୀମାନଙ୍କୁ ଥଣ୍ଡା ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୧୨ଶହ ବ୍ୟକ୍ତିଙ୍କୁ ଥଣ୍ଡା ଗ୍ଲୁକୋଜ ପାଣି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟ ଦୁଇଦିନ ଧରି ଚାଲିବ ବୋଲି ସମିତି ପକ୍ଷରୁ କୁହାଯାଇଛି। ଏହି ସେବା କାର୍ଯ୍ୟରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଭାଗିରଥି ଜେନା, ଗୋଲଖ ଚନ୍ଦ୍ର ପଢିଆରୀ, ମୁକ୍ତାର ଖାଁ, ନିରଞ୍ଜନ ବେହେରା, ଦେବେନ୍ଦ୍ର କୁମାର ଦାସ, ରାଜେନ୍ଦ୍ର ମହାପାତ୍ର, ସରୋଜକାନ୍ତ ସାହୁ, ଗାୟତ୍ରୀ ଜେନା,ସରିତା ସ୍ୱାଇଁ, ପ୍ରଭାତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ