୩ ଚୋରା ବାଲି ବୋଝେଇ ହାଇୱା ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ରାତିରେ ବନ୍ତ ପୋଲିସ ୩ ଚୋରା ବାଲି ବୋଝେଇ ହାଇୱା ଗାଡିକୁ ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ମଙ୍ଗଳବାର ରାତିରେ ବନ୍ତ ଥାନା ଅଞ୍ଚଳରେ ପୋଲିସ ରାତ୍ରୀ ପାଟ୍ରୋଲିଂ କରୁଥିବା ବେଳେ ତରାପୁର ପେଟ୍ରୋଲ ପମ୍ପ ନିକଟରେ ଓଡି-୨୨-ଏଇ-୬୩୨୫ ନମ୍ବର ବିଶିଷ୍ଟ ଏକ ହାଇୱାକୁ ବସନ୍ତିଆ ପାଶ୍ୱର୍ରୁ କେନ୍ଦୁଆପଦା ପାଶ୍ୱର୍କୁ ବେଆଇନ ଭାବରେ ବାଲି ପରିବହନ କରୁଥିବା ବେଳେ ଅଟକାଇଥିଲା । ଯାଞ୍ଚ ପରେ ବନ୍ତ ଅଞ୍ଚଳର ଚାଳକ ସଞ୍ଜୀବ ନାୟକ ବାଲି ପରିବହନ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ପୋଲିସ ସାକ୍ଷୀଙ୍କ ଉପସ୍ଥିତିରେ ଉକ୍ତ ଗାଡିଟିକୁ ଜବତ କରିଥିଲା । ଏନେଇ ଥାନାରେ ୧୭୪/୨୬ ମୂଳେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ସେହିପରି ଆନନ୍ଦପୁର ପାଶ୍ୱର୍ରୁ ଭଦ୍ରକ ପାଶ୍ୱର୍କୁ ବେଆଇନ ଭାବରେ ବାଲି ପରିବହନ କରୁଥିବା ବେଳେ ଆପଣ୍ଡା ଛକ ନିକଟରେ ଓଡି-୨୨-ଏବି-୯୦୮୦ ଏବଂ ଓଡି-୨୨-ଜେଡ୍‌-୩୯୨୭ ନମ୍ବର ବିଶିଷ୍ଟ ଦୁଇଟି ହାଇୱା ଗାଡିକୁ ପୋଲିସ ଅଟକାଇଥିଲା । ଯାଞ୍ଚ ପରେ ବନ୍ତ ଥାନା ଅଧିନ ଚଣ୍ଡିପୁର ଗ୍ରାମର ଦେବେନ୍ଦ୍ର କୁମାର ସ୍ୱାଇଁ ଏବଂ ବିହାର ରାଜ୍ୟ ଗୟା ଅଞ୍ଚଳର ସଞ୍ଜୟ ଯାଦବ ନାମକ ଚାଳକ ମାନେ ବାଲି ପରିବହନ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଉଭୟ ଗାଡି ଦୁଇଟିକୁ ଜବତ କରାଯାଇଥିଲା । ଏନେଇ ଥାନାରେ ୧୭୫/୨୬ ମୂଳେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ