ଏକକ ବିଶ୍ୱବିଦ୍ୟାଳୟ ଇଗ୍ନୋ ବି.ଏଡ଼ ପାଠ୍ୟକ୍ରମର ପ୍ରଶିକ୍ଷଣ

ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ର ଇଗ୍ନୋ ଅଧୀନ ରେ ପରିଚାଳିତ ବିଏଡ଼ ପାଠ୍ୟ କ୍ରମ ର ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୧୪ ତାରିଖରୁ ଆରମ୍ଭ ହୋଇ ୨୫ତାରିଖ ରେ ସମାପ୍ତ ହୋଇଛି। ୧୨ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ଅଂଚଳ ରୁ ମୋଟ ୫୫ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ। ଅଧ୍ୟାପିକା ଡ. ରଶ୍ମିତା ପଣ୍ଡା ଙ୍କର ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ର ରୂପରେଖ ପ୍ରସ୍ତୁତ ହୋଇଥିଲା ଓ ପ୍ରତିଦିନ ପାଠ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ବିଷୟକୁ ନିର୍ଘଣ୍ଟ ଅନୁଯାୟୀ ଯୋଗ୍ୟତା ସମ୍ପନ୍ନ ଦକ୍ଷ ଅଧ୍ୟାପକ ଅଧ୍ୟାପିକା ଙ୍କର ଦ୍ୱାରା ଅଧ୍ୟାପନା କରାଯାଉଥିଲା। ଉଦଯାପନୀ ଉତ୍ସବରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭା ରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ତଥା ଇଗ୍ନୋ ସଂଯୋଜକ ଡ. ମନୋଜ ପଟନାୟକ, ଡ. ଯତୀନ ବିଷୋୟୀ, ଡ. ଉଷା ରାଣୀ ରଥ, ଡ. ସତ୍ୟ ନାରାୟଣ ସେନାପତି, ଡ. ସୁପ୍ରଭା, ଶ୍ରୀମତୀ କାବେରୀ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ। ପ୍ରଶିକ୍ଷାର୍ଥୀ ମାନେ ୧୨ ଦିନର ଏହି କାର୍ଯ୍ୟକ୍ରମର ସଫଳତା ଓ ଉପଯୋଗିତା ବେଶ୍ ଉତ୍ସାହପ୍ରଦ ବୋଲି ନିଜ ଅନୁଭୂତି ବର୍ଣ୍ଣନା ପ୍ରସଙ୍ଗ ରେ କହିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଇଗ୍ନୋ ସହକାରୀ ସଂଯୋଜକ ଡ, ସୁସ୍ମିତା ପଟ୍ଟନାୟକ ସହଯୋଗ କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ