ପବିତ୍ର ବକ୍ରିଇଦ ବା ଇଦ ଉଲ ଜୁହା ପର୍ବ ପାଳିତ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ମୁସଲିମ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ପବିତ୍ର ବକ୍ରିଇଦ ବା ଇଦ ଉଲ ଜୁହା ପର୍ବ ମହା ଆଡମ୍ବରର ସହ ପାଳିତ ହୋଇଯାଇଛି l ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ପୁରୁଷ ମହିଳା ଯୁବକ ଯୁବତୀ ମାନଙ୍କ ଦ୍ୱାରା ଆଜି ସଖାଳୁ ସମସ୍ତେ ନୂତନ ବସ୍ତ୍ର ଧାରଣ କରି ବିଭିନ୍ନ ପୂଜାପାଠ କରିଥିଲେ l ପରେ ପୁରୁଷ,ଯୁବକ ଓ ଶିଶୁ ମାନେ ମସଜିଦ ଠାରେ ପହଞ୍ଚି ଥିଲେ। ସେଠାରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ମସଜିଦର ମୁଖ୍ୟ ହାପିସା ମହମ୍ମଦ ଯାକ୍କାଉଲାଙ୍କ ଦ୍ୱାରା ସାମୁହିକ ନମାଜ ପାଠ କରାଇଥିଲେ। ଏହି ଅବସରରେ ଆଜିର ଏହି ମହାନ ତଥା ପବିତ୍ର ବକ୍ରିଇଦ ବା ଇଦ ଉଲ ଜୁହା ପର୍ବ ବର୍ଷକୁ ଥରେ ଆସିବା ସହ ଏହି ପର୍ବ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ। ପରେ ଏହି ପର୍ବ ଓ ଗ୍ରନ୍ଥ ସହ ନିଜ ସମ୍ପ୍ରଦାୟ ଉପରେ ପ୍ରବଚନ ଦେଇଥିଲେ l ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ସମସ୍ତଙ୍କୁ ମୁବାରଖ ଜଣାଇବା ସହ ମିଷ୍ଟାନ ଖୁଆଇ ଶୁଭେଚ୍ଛା ଜଣାଇଥିଲେ l ଉକ୍ତ ପର୍ବ ଅବସରରେ ମସଜିଦ ପରିସରରେ ମୁସଲିମ ସମାଜର ଏମଡି ଇମ୍ରାନ, ଏମଡି ଫାରୁକ,ଏମଡି.ଆରିଫ, କରାମତ ହୁସେନ, ଶେଖ ନବୁ, ଅବଦୁଲ ରେହେମନ,ଆଦାମ ସରିଫ, ମହମ୍ମଦ ଇସୁବ, ଜାମସେର ଖାନ,ମହମ୍ମଦ ଶୁକ୍ରୁ, ଦିଲସାଦ,ନାଜିର ଭାଇ,ଖାଦିର ଭାଇ, ଏମଡି.ଅନୱାରଙ୍କ ସମେତ ଯୁବକ ସମାଜର ବହୁ ଯୁବ ସଦସ୍ୟ ମାନେ  ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ କରାଇଥିଲେ l ସେହିପରି ସମ୍ପ୍ରଦାୟର ମହିଳା ମାନେ ନିଜ ନିଜ ଘର ମାନଙ୍କରେ ନମାଜ ପାଠ କରିଥିବା ବେଳେ ଘରେ ବିଭିନ୍ନ ପ୍ରକାରର ମିଷ୍ଟାନ ଓ ବ୍ୟଞ୍ଜନ ତିଆରୀ କରି ନିଜ ସମ୍ପର୍କୀୟ ଓ ଆଖପାଖ ପଡୋଶୀ ମାନଙ୍କୁ ବଣ୍ଟନ କରିଥିବା ଜଣାପଡିଛି l ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ