ବେଆଇନ ବିଦେଶୀ ମଦ ବିକ୍ରି : ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବେଆଇନ ଭାବେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ହିଞ୍ଜିଳି ପୁଲିସ ବୁଧବାର ରାତିରେ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ପ୍ରଦୀପ କୁମାର ସାହୁ (୫୮) । ଗିରଫ ଯୁବକଙ୍କ ଠାରୁ ବିଭିନ୍ନ ବ୍ରାଣ୍ଡର ୭୮ଲି. ୧୮୦ ମି.ଲି. ବିଦେଶୀ ମଦ ଜବତ କରାଯାଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୩୬୩/୨୬ ରେ ଏକ ମାମଲା ରୁଜୁ କରି ଗୁରୁବାର ଶେରଗଡ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ପିତଳ ଗ୍ରାମର ପ୍ରଦୀପ ଗତ କିଛି ମାସ ଧରି ଘରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରି ଆସୁଥିଲେ। ବୁଧବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଆଇଆଇସିଙ୍କ ନିର୍ଦ୍ଧେଶରେ ଏକ ଟିମ୍ ପିତଳ ଗ୍ରାମରେ ପହଞ୍ଚି ପ୍ରଦୀପଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ବିଭିନ୍ନ ବ୍ରାଣ୍ଡର ୭୮ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରାଯାଇଥିଲା। ବେଆଇନ ଭାବେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ହିଞ୍ଜିଳି ପୁଲିସ ପ୍ରଦୀପଙ୍କୁ ଗିରଫ କରିବା ସହ ମଦ ଜବତ କରିଥିଲା। ଚଢ଼ାଉରେ ଥାନା ଏସଆଇ ସୁରେଶ କୁମାର ସାହୁ, ଧରିତ୍ରୀ ବିଶ୍ବାଳ, ରଶ୍ମିରଞ୍ଜନ ସାମଲ, ଏଏସଆଇ ସୁବାଷ ଚନ୍ଦ୍ର ମିଶ୍ର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଦଣ୍ଡପାଣି ମଲ୍ଲିକ, ନରେଶ ପ୍ରଧାନ, ମନୋଜ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ବିକ୍ରେତାଙ୍କୁ ଗିରଫ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ