ୱାର୍ଡ ସଭ୍ୟଙ୍କୁ ମିଳୁନି ମାସିକ ବୈଠକ ଭତ୍ତା

ହାଟଡିହି (ଓ୍ବାଇଏନଏସ): ୱାର୍ଡ ସଭ୍ୟ ସଭ୍ୟଙ୍କୁ ମିଳୁନି ପଞ୍ଚାୟତ ର ମାସିକ ବୈଠକ ଭତ୍ତା। ଏପରି ଅଭିଯୋଗ ଆସିଛି ହାଟଡିହି ବ୍ଲକ ଶାଳନିଆଁ ପଞ୍ଚାୟତରୁ। ପଞ୍ଚାୟତର ୱାର୍ଡ ସଭ୍ୟା ବାସନ୍ତୀ ରାଉଳ ଏନେଇ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତ ବୈଠକ ଭତ୍ତା ମାସକୁ ମାସ ୫୪୦ଟଙ୍କା ଲେଖାଏଁ ମିଳିବା କଥା। କିନ୍ତୁ ଗତ ୧୫ ମାସ ହେଲା ତାଙ୍କୁ ତାଙ୍କ ବୈଠକ ଭତ୍ତା ଟଙ୍କା ଦିଆ ଯାଇନି। ସେ ବାରମ୍ବାର ପିଇଓ ଙ୍କୁ ଟଙ୍କା ମାଗୁଥିଲେ ବି ସରକାର ଭତ୍ତାଟଙ୍କା ଦେଇ ନାହାନ୍ତି ମୁଁ କଣ ହାତରୁ ଦେବି କି ବୋଲି କହୁଥିବା ସେ ଉଲେଖ କରିଛନ୍ତି। ପୂର୍ବରୁ ମଧ୍ୟ ବିଡ଼ିଓ ଙ୍କୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ