+୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୪୪ପ୍ରତିଶତ
କେନ୍ଦ୍ରାପଡା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ଚ୍ଚିତା ସ୍ୱାଇଁ କଲେଜ ଟପ୍ପର ହୋଇଛନ୍ତି । ସେହିପରି ଭୂଗୋଳ ସମ୍ମାନ ଛାତ୍ର ଶାନ୍ତନୁ କୁମାର ସାହୁ, କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ସମ୍ମାନ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ରୀ ଅର୍ଚ୍ଚିତା ୯.୬୯ ସି.ଜି.ପି.ଏ. ମାର୍କ ରଖିଥିବା ବେଳେ କଳା ବିଭାଗର ଛାତ୍ର ଶାନ୍ତନୁ ୯.୪୪ ସି.ଜି.ପି.ଏ. ଓ ବାଣିଜ୍ୟ ବିଭାଗ ଛାତ୍ରୀ ଲକ୍ଷ୍ମୀପ୍ରିୟା ୮.୮୧ ପ୍ରତିଶତ ମାର୍କ ରଖିଛନ୍ତି । ଏହି ୩ଜଣ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ଜେନା ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ ୯୩.୪୭ ପ୍ରତିଶତ, ବାଣିଜ୍ୟରେ ୯୧.୬ ପ୍ରତିଶତ ଓ ବିଜ୍ଞାନରେ ୯୨.୦୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । କଳାରେ ୪୧୯ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୩୮୩ଜଣ ପରୀକ୍ଷା ଦେଇଥିଲେ । ୩୫ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୨୧୮ଜଣ, ପ୍ରଥମଶ୍ରେଣୀରେ ୮୪ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୫୬ଜଣ ପାସ କରିଥିବା ବେଳେ ମୋଟ ୩୫୮ଜଣ ପାସ କରିଛନ୍ତି ଓ ୨୫ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୯୪ଜଣ ଛାତ୍ର ଥିବା ବେଳେ ୨୬୪ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନ ବିଭାଗରେ ୩୭୮ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୫୧ଜଣ ପରୀକ୍ଷା ଦେଇଥିଲେ । ୨୭ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୫୮ଜଣ, ପ୍ରଥମଶ୍ରେଣୀରେ ୧୨୯ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୩୬ଜଣ ପାସ କରିଥିବା ବେଳେ ମୋଟ ୩୨୩ଜଣ ପାସ କରିଛନ୍ତି ଏବଂ ୨୮ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୬୦ଜଣ ଛାତ୍ର ଥିବା ବେଳେ ୧୬୩ଜଣ ଛାତ୍ରୀ ଅଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ୩୧୦ଜଣ ପଞ୍ଜିକୃତ ହୋଇଥିବା ବେଳେ ୨୯୯ଜଣ ପରୀକ୍ଷା ଦେଇଥିଲେ । ୧୧ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୫୨ଜଣ, ପ୍ରଥମଶ୍ରେଣୀରେ ୧୦୪ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୧୮ଜଣ ପାସ କରିଥିବା ବେଳେ ମୋଟ ୨୭୪ଜଣ ପାସ କରିଛନ୍ତି ଓ ୨୫ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୬୯ଜଣ ଛାତ୍ର ଥିବା ବେଳେ ୧୦୫ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ୧୧୦୭ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ୧୦୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯୫୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ପାସହାର ୯୨.୪୪ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୪୨୩ଜଣ ଛାତ୍ର ଥିବା ବେଳେ ୫୩୨ଜଣ ଛାତ୍ରୀ ଅଛନ୍ତି । ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ସମେତ ପ୍ରାଧ୍ୟାପକ ରମାନାଥ ମହାନ୍ତି, ଡ. ଗୈାର ପ୍ରସାଦ ଷଡଙ୍ଗୀ, ଡ. ଗୈାତ୍ତମ ଚରଣ ଦାସ, ଅଧ୍ୟାପକ ରଞ୍ଜିତ ଦାସ, ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଗତ ୨୦୨୬ ରେ କଲେଜର ମୋଟ ପାସହାର ୯୨.୬୯ ପ୍ରତିଶତ ହୋଇଥିବା ବେଳେ କଳାରେ ମୋଟ ୯୩.୫୧ ପ୍ରତିଶତ, ବିଜ୍ଞାନରେ ୯୨.୧୭ ପ୍ରତିଶତ ଓ ବାଣିଜ୍ୟରେ ୯୧.୮୮ ପ୍ରତିଶତ ପାସହାର ଥିଲା। ଚଳିତ ବର୍ଷ କଲେଜର ପାସହାର ହ୍ରାସ ପାଇଥିବା ଦେଖାଯାଇଛିି। ସେହିପରି କଳା ବିଭାଗର ଅର୍ଥନୀତି ସମ୍ମାନରେ ରାଜଲକ୍ଷ୍ମୀ ସାହୁ ୮.୯୧ ସିଜିପିଏ ମାର୍କ ରଖି ବିଭାଗରେ ପ୍ରଥମ ହୋଇଥିବା ବେଳେ ଶିକ୍ଷାରେ ଶୁଭଶ୍ରୀ ନାୟକ ୯.୨୮ସିଜିପିଏ , ଇଂରାଜୀରେ ପଦ୍ମଜା ପ୍ରିୟଦର୍ଶିନୀ ପଣ୍ଡା ୮.୧୬, ଭୂଗୋଳରେ ଶାନ୍ତନୁ କୁମାର ସାହୁ ୯.୪୪ ସିଜିପିଏ, ହିନ୍ଦିରେ ସାଗରିକା ସାହୁ ୮.୯୪ ସିଜିପିଏ, ଇତିହାସରେ ସୈାମ୍ୟାଶ୍ରୀ ମହାନ୍ତି ୮.୫୫ ସିଜିପିଏ, ଶିଳ୍ପ ସମାଜଶାସ୍ତ୍ରରେ ଏସ.ଏନ.କ୍ରିଷ୍ଣା ୮.୦୩ ସିଜିପିଏ, ଓଡିଆରେ ପ୍ରତିଭା ଦାଶ ୮.୮୪ ସିଜିପିଏ, ଦର୍ଶନଶାସ୍ତ୍ରରେ ଶେଷାଦ୍ରି ଦାସ ୭.୮୬ ସିଜିପିଏ, ରାଜନୀତି ବିଜ୍ଞାନରେ ନୁର ଫତିମା ୮.୯୬ ସିଜିପିଏ, ମନୋବିଜ୍ଞାନରେ ଅଙ୍କିତା ବେଉରା ୯.୦୬ ସିଜିପିଏ, ସଂସ୍କୃତରେ ମହାମାୟା ସିଂ ୮.୮୫ ସିଜିପିଏ, ସମାଜଶାସ୍ତ୍ରରେ ରଶ୍ମୀରେଖା ଜେନା ୮.୯୭ ସିଜିପିଏ, ବାଣିଜ୍ୟରେ ଲକ୍ଷ୍ମୀପ୍ରିୟା ସାହୁ ୮.୮୭ ସିଜିପିଏ, ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନ ସମ୍ମାନରେ ସୈାମ୍ୟାପ୍ରିୟଦର୍ଶିନୀ ରାଉତ ୮.୮୯ ସିଜିପିଏ, ରସାୟନ ବିଜ୍ଞାନରେ ରୋଜାଲିନ ସାମଲ ୮.୮୯ସିଜିପିଏ , କମ୍ପ୍ୟୁଟର ବିଜ୍ଞାନରେ ସାଇସ୍ମିତା ନାଥ ୯.୦୧ ସିଜିପିଏ, ଭୁତତ୍ୱ ବିଜ୍ଞାନରେ ରାଜଲକ୍ଷ୍ମୀ ସାହୁ ୮.୯୧ ସିଜିପିଏ, ଗଣିତରେ ସାଇ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ୯.୩୭ ସିଜିପିଏ, ପଦାର୍ଥ ବିଜ୍ଞାନରେ ଅପର୍ଣ୍ଣା ପଣ୍ଡା ୯.୨୮ ସିଜିପିଏ, ପରିସଂଖ୍ୟାନରେ ଅଙ୍କିତ ସାହୁ ୮.୮୭ ସିଜିପିଏ ଏବଂ ପ୍ରାଣୀବିଜ୍ଞାନ ସମ୍ମାନ ବିଭାଗରେ ଅର୍ଚ୍ଚତା ସ୍ୱାଇଁ ୯.୬୯ ସିଜିପିଏ ମାର୍କ ରଖି ପ୍ରଥମ ହୋଇଛନ୍ତିି।


