କାଳବୈଶାଖିର ତାଣ୍ଡବ, ଗଛ ପଡି ଜଣେ ମୃତ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଅଞ୍ଚଳରେ ଗତକାଲି ରାତିରେ ହଠାତ କାଳବୈଶାଖିର ତାଣ୍ଡବରେ ଦୁଇଟି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗଛ ପଡି ଜଣଙ୍କର ଜୀବନ ଯାଇଥିବା ବେଳେ ବଜ୍ରାଘାତରେ ୧୧ଟି ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଯେ ଶୁକ୍ରବାର ରାତିରେ ହଠାତ ପବନ,ଘଡଘଡି ସହ ବଜ୍ରାଘାତ ହୋଇଥିଲା ଏଥିରେ ବିଷମକଟକ ବ୍ଲକ ତଥା ମୁନିଗୁଡା ଥାନା ଅନ୍ତର୍ଗତ ହୁକୁମତୋଳା ଗ୍ରାମରେ ଏକ ଗଛ ପଡି ଯିବା ଫଳରେ ପାଣିପମ୍ପ କର୍ମଚାରୀ ଜିତ ଜା(୫୧) ଙ୍କ ମୃତ୍ୟ ଘଟିଥିବା ଜଣାପଡିଛି। ତାଙ୍କ ଘର କୁଟ୍ରାଗଡ଼ ହୋଇଥିବା ବେଳେ ସେ ହୁକୁମତୋଳା ଗ୍ରାମରେ ପାଣିପମ୍ପ ଗୃହରେ ରହିବା ସହ ପାଣିପମ୍ପ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କାଳବୈଶାଖି କମିବ ପରେ ପମ୍ପରେ ପାଣି ଛାଡିବାକୁ ଯିବା ଵେଳେ ହଠାତ ଗଛ ଭାଙ୍ଗି ଜିତ ଉପରେ ପଡିବା ଯୋଗୁଁ ଏପରି ଘାଟଣ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ମୁନିଗୁଡା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବ ବେଳେ ଜିତର ପରିବାର ଲୋକ ଓ ଗ୍ରାମବାସୀ ମାନେ ସରକାରୀ ସହାୟତା ପାଇଁ ଦାବି କରୁଛନ୍ତି। ସେହିପରି ମୁନିଗୁଡା ଥାନା ଅନ୍ତର୍ଗତ ମଧୁମୁଣ୍ଡା ଗ୍ରାମରେ ବଜ୍ରାଘାତ ଯୋଗୁଁ ୧୧ଟି ବଳଦର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କାଳବୈଶାଖୀର ଏହି ତାଣ୍ଡବ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ସରକାରଙ୍କୁ କ୍ଷୟକ୍ଷତି ପାଇଁ ସହାୟତା ଦାବି କରୁଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ