3 ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର 5ଓ 6 ନଂ ୱାର୍ଡରେ ଗତ 3 ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବା ପ୍ରତିବାଦରେ ଅଞ୍ଚଳବାସୀ ଉତ୍ତେକ୍ତ ହୋଇ ରାସ୍ତାରୋକ କରିଛନ୍ତି. ଏହି 2 ଗୋଟି ୱାର୍ଡର ଲୋକେ ମିଳିତ ଭାବେ ଜଙ୍ଗମ ସାହି ଛକ ମୁଖ୍ୟ ରାସ୍ତାରେ ରାସ୍ତାରୋକ କରିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା. ରାସ୍ତାରୋକର ଖବର ପାଇ ପୋଲିସ ଓ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବିଦ୍ୟୁତ ଯୋଗାଣ ନେଇ ନିର୍ଭରଯୋଗ୍ୟ ପ୍ରତିଶୃତି ଦେବା ପରେ ରାସ୍ତାରୋକ 1 ଘଣ୍ଟା ପରେ ହଟିଥିଲା.


