ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ

 ଛତ୍ରପୁର, (ଓ୍ବାଇଏନଏସ): ଜିଲ୍ଲା କୁ ଅପରାଧ ମୁକ୍ତ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟ ଶୈଳୀ ଆରମ୍ଭ ହୋଇଯାଇଛି l ବାଲି, ମୋରମ ଓ ପଥର ମାଫିଆ ମାନଙ୍କ ଉପରେ କଡା ନଜର ରଖଯାଇ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜେଲ ଫେରନ୍ତା କିମ୍ବା ବିଭିନ୍ନ ଅପରାଧ ରେ ଜଡିତ ଥିବା  ବେଲ ରେ ଆସିଥିବା ଅପରାଧୀ ମାନଙ୍କ ଉପରେ ମଧ୍ୟ ତୀକ୍ଷଣ ନଜର ରଖାଯାଉଛି l ଖାଲି ଖାଲି ରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅପରାଧୀ ମାନଙ୍କ ଗତି ବିଧି କୁ ଦେଖି ସେମାନଂକୁ ବିଭିନ୍ନ ଧାରା ଅନୁସାରେ କିପରି ଜେଲ ପଠାଯିବ ସେ ଉପରେ ମଧ୍ୟ ପୋଲିସ ଓ ପ୍ରଶାସନ ଖସଡ଼ା ପ୍ରସ୍ତୁତି ଆରମ୍ଭ କରିଦେଲେଣି l ଏନେଇ ଶନିବାର ସ୍ଥାନୀୟ ଗଞ୍ଜାମ ଜିଲ୍ଲା ପରିଷଦ ର ରୁଷିକୂଲ୍ୟା ସମ୍ମିଳନୀ କକ୍ଷ ରେ ପୋଲିସ ଓ ମାଜିଷ୍ଟେଟ ମାନଙ୍କୁ ନେଇ ଏକ ସମନ୍ଵୟ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ସଚ୍ଚିଦାନନ୍ଦ ନାୟକ, ଗଞ୍ଜାମ ଆରକ୍ଷୀ ଅଧିକ୍ଷିକ ହରିଶ ବିଶି, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ ଡ଼ଃ ଉମାଶଙ୍କର ବେହେରା ଙ୍କ ସମେତ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଏବଂ ତହସିଲଦାର ଓ ଅତିରିକ୍ତ ତହସିଲଦାର ମାନେ ଯୋଗଦେଇ ଆଇନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସମ୍ବେଦନଶୀଳ ଅଂଚଳ ଚିନ୍ହଟ ଏବଂ ପ୍ରତିଷେଧକ ପଦକ୍ଷେପ l ଆଇନର ଆଦେଶ ପରିସ୍ଥିତି ସମ୍ବନ୍ଧୀୟ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l  ଉପଖଣ୍ଡସ୍ତରରେ ଜାଗାବାଡ଼ି କୁ ନେଇ ବହୁ କେସ ଗୁଡିକ ଉପଜିଲ୍ଲାପାଳଙ୍କ କୋର୍ଟ   କୁ ଆସୁଛି l ନୋଟିସ ଗୁଡିକ ବିଳମ୍ୱ ଆସୁଥିବା ରୁ ବହୁ କେସ ସମାଧାନ ହେବା ରେ ଅସୁବିଧା ହେଉଛି l    ଖାସ କରି ବରିଷ୍ଠ ନାଗରିକ ଜନିତ କେସ ଗୁଡିକ ତୁରନ୍ତ ସମାଧାନ କରିବା lଜନସାଧାରଣ ଙ୍କ ଅଭିଯୋଗ,  ମହିଳା ଓ ଶିଶୁ ଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଏବଂ ସଡ଼କ ସୁରକ୍ଷା  ଉପରେ ଗୁରୁତ୍ୱ ଦିଆଯାଇଛି l ଯେଉଁ ଅପରାଧୀ ମାନେ ସମାଜ ନିମନ୍ତେ ବହୁତ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି l ସେମାନଙ୍କୁ ଚିନ୍ହଟ କରିବା ସହିତ ହାର୍ଡକୋର୍ଡ କ୍ରିମିନାଲ ମାନଂକୁ ଆବଶ୍ୟକ ପଡିଲେ ନାସା ( ଜାତୀୟ ନିରାପତ୍ତା ଆଇନ) ଲଗାଯିବ ବୋଲି ମଧ୍ୟ କୁହାଯାଇଛି l କଲେଜ ସ୍ତର ରେ ଦୁର୍ଘଟଣା ରୋକିବା ଏବଂ  ବିନା ଲାଇସେନ୍ସ ରେ ଗାଡି ନ ଚଳାଇବା ନିମନ୍ତେ ସଚେତନତା କରାଯିବ l ସାପ କାମୁଡା, ପୋଖରୀ ବୁଡି  ମୃତ୍ୟୁ କରିଥିବା ଭଳି ଆନ୍ୟାନ୍ୟ କେସ ଗୁଡିକ ର ତୁରନ୍ତ ଶବ ବ୍ୟବଛେଦ ରିପୋର୍ଟ ଦେବାକୁ କୁହାଯାଇଛି l ଶେଷରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ