ଟ୍ରାକ୍ଟର ଦୁର୍ଘଟଣାରେ ଗୁରୁତର ଦୟାନିଧିଙ୍କ ମୃତ୍ୟୁ

ହାଟଡିହି (ଓ୍ବାଇଏନଏସ): ଟ୍ରାକ୍ଟର ଦୁର୍ଘଟଣାରେ ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁଲଣ ଗ୍ରାମର ଦୟାନିଧି ରାଉତଙ୍କ ଗତକାଲି ମୃତ୍ୟୁ ଘଟିଛି। ଗତ ଏପ୍ରିଲ ମାସ ୨୭ତାରିଖରେ ଦୟାନିଧି ସେହି ଗ୍ରାମର ଶ୍ରୀପତି ଜେନାଙ୍କ ସହ ବାଇକ ଯୋଗେ ଛେନାପଦି ଛକରୁ ସୁଲଣ ଗ୍ରାମକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ଏପ୍ରିଲ ୩୦ ତାରିଖରେ ଶ୍ରୀପତି ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୟାନିଧି ସଜ୍ଞାହୀନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଗତ କାଲି ତାଙ୍କର ମୃତ୍ୟୁ ଘଟିଥିଲା। ମରଶରୀର ଗାଁ କୁ ଆସିବା ପରେ ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ଭାଇ ଆନନ୍ଦ ରାଉତ, ପୁଅ ଦେବାଶିଷ ରାଉତ, କାହ୍ନୁ ରାଉତ , ରାଜେଶ ରାଉତ , ବିଜୟ ରାଉତ , ଟିମନ ରାଉତ, ଝିଅ ଶୁଭସ୍ମିତା ରାଉତ , ଦେବସ୍ମିତା ରାଉତ , ଜ୍ୱାଇଁ ସଂଗ୍ରାମ ଜେନା, ଲଲାଟେନ୍ଦୁ ଜେନା, ଟିପୁ ସ୍ୱାଇଁଙ୍କ ସମେତ ସମସ୍ତ ପରିବାର ଲୋକେ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ